Saturday, September 19, 2026
ADVERTISEMENT
Home ଜାତୀୟ ମରିଗଲା ‘ସୁନ୍ଦରୀ’ର ସାଙ୍ଗ !

ମରିଗଲା ‘ସୁନ୍ଦରୀ’ର ସାଙ୍ଗ !

296
ADVERTISEMENT

ବାନ୍ଧବଗଡ଼,୦୮/୦୮(ଏଜେନସି ) : ଶେଷରେ ଆଖିବୁଜିଦେଇଛି ଟି-୨୩ ବାଘ | ମଧ୍ୟପ୍ରଦେଶ ବାନ୍ଧବଗଡ଼ରେ ସୁନ୍ଦରୀ ସହ ଏହି ବାଘଟି ରହୁଥିବାବେଳେ ଗତକାଲି ତାହାର ମୃତ୍ୟୁ ହୋଇଯାଇଛି | ଏହି ବାଘଟିକୁ ୧୭ ବର୍ଷ ହୋଇଥିବାବେଳେ ବୟସାଧିକ କାରଣରୁ ଏହାର ମୃତ୍ୟୁ ହୋଇଥିବା କୁହାଯାଉଛି | ଦିନେ ଏହି ବାଘ ସହ ବାନ୍ଧବଗଡ଼ରେ ସୁନ୍ଦରୀ ମଧ୍ୟ ରହୁଥିଲା | କିନ୍ତୁ ୨୦୧୮ ଜୁନ୍‌ ୨୮ତାରିଖରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟକୁ ଅଣାଯାଇଥିଲା। ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା।

ମାତ୍ର ‘ସୁନ୍ଦରୀ’ ସାତକୋଶିଆ ଆସିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାସ୍ତବରେ ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା। ଏହାକୁ ନେଇ ଅଭୟାରଣ୍ୟ ପାଖରେ ଥିବା ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ‘ସୁନ୍ଦରୀ’କୁ ସ୍ଥାନାନ୍ତର ନିମନ୍ତେ ଗାଁ ଲୋକେ ଦାବି କରିଥିଲେ।

ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍‌ ଟିମ୍‌କୁ ଚକ୍‌ମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ସେବେଠୁ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିଛି।


Advertisement