Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ମଧ୍ୟରାତ୍ରରେ କଳାକନା ବୁଲାଇଲେ ଚୋର ଘର ଓ ଦୋକାନରୁ ନଗଦ ୨ ଲକ୍ଷ ୨0ହଜାର ଏବଂ...

ମଧ୍ୟରାତ୍ରରେ କଳାକନା ବୁଲାଇଲେ ଚୋର ଘର ଓ ଦୋକାନରୁ ନଗଦ ୨ ଲକ୍ଷ ୨0ହଜାର ଏବଂ ସୁନାରୁପା :ଘଟଣାସ୍ଥଳରେ ଅନୁସନ୍ଧାନି ଟିମ ଷ୍ଟ୍ରମ ନାମକ କୁକୁର ସହ ପୋଲିସ

465
ADVERTISEMENT

ବ୍ରହ୍ମପୁର,୧୦/୦୪(ଇ.ରଞ୍ଜନ): ବ୍ରହ୍ମପୁର ସଦର ନିମଖଣ୍ଡି ପାଣ୍ଠି ଅନ୍ତର୍ଗତ ବୋରିଗାଁ ଅନ୍ତର୍ଗତ ବି.ଜଗନ୍ନାଥପୁର ଗ୍ରାମରେ ଶନିବାର ମଧ୍ୟରାତ୍ର ପ୍ରାୟ ୨ଟା ସମୟରେ ଏମ ଗୌରହରି ନାମକ ବ୍ୟକ୍ତିଙ୍କ ଦୋକାନ ଘର ବାରିପଟରୁ ପଶି ୨ ଗେଡା ତାଡି ଟିଣ ଆଲମିରା ସାଙ୍ଗକୁ ଶୋଷ ମେଣ୍ଟାଇବା ପାଇଁ ଦୋକାନ ପ୍ରିଜରେଥିବା ଅମୁଲକୁଲ ବୋତଲ ଉଠେଇ ନେଇ ବାରିପାଖ ଦେଇ ଚାଲିଯାଇଥିବା ଗୌର ଥାନାରେ ଅଭିଯୋଗ କରିଥିଲେ l ଗୌର ଦୋକାନ ବନ୍ଦ କରି ଦୋକାନ ବାରଣ୍ଡାରେ ଶୋଇଥିବା ବେଳେ ବାରିପଟ ଦେଇ ଉଠେଇ ନେଇଛନ୍ତି ଆଲମିରା ତାହାକୁ ନେଇ ପ୍ରାୟ ୨କିମି ଦୂରତା ବନ୍ଧତଳ ନିଜର୍ଣ୍ଣସ୍ଥାନ ଏକ ଜମିରେ ପକାଇ ଚାଲିଯାଇଛନ୍ତି । ସେଥିରେଥିବା ଧାନ ବିକ୍ରି ଟଙ୍କା ୨ଲକ୍ଷ ଟଙ୍କା ତାଙ୍କ ଚାଷୀମାନଙ୍କ ପାଇଁ ରଖିଥିବା ବେଳେ ତାଙ୍କ ମା’ଙ୍କ ରୁପା ଖଡୁ ପ୍ରାୟ ୮0ଗ୍ରାମ ରୁପା ଓ ସୁନା କାନଫୁଲ ଦୁଇ ଗ୍ରାମ,ଏବଂ ଆବଶ୍ୟକ ଜମି ଘର କାଗଜ ପତ୍ର ଏବଂ ବସ୍ତ୍ର ଥିବାବେଳେ ଟଙ୍କା ସୁନା ରୂପା ନେଇଚାଲିଯାଇଛନ୍ତି l ଗୌର ସକାଳୁ ଉଠିବା ବେଳେ ପୋଖରୀ ଯିବାଆସିବା ଲୋକମାନେ ଚୋର ଶବ୍ଦରେ ଗୌରଙ୍କୁ ଚେତାପଶିଲା ଘରଭିତରେ ପ୍ରବେଶ ବେଳେ ଆଲମିରା ନଥିବା ଦେଖି ବାରିମାଳ ଵୁଲି ଦେଖିଲେ ଅନ୍ୟାନ୍ୟ କାଗଜ ପତ୍ର ଥିବାରୁ ଆଲମିରାଟିକୁ ଘରକୁ ଆଣିଥିଲେ l କିଛି ସମୟ ବ୍ୟବଧାନ ଭିତରେ ଉକ୍ତ ଗ୍ରାମର ବଡ଼ ସାହିର କେ.ଭାରତୀ ପ୍ରଧାନ(45) ଏବଂ ତାଙ୍କ ୭୫ ବୃଦ୍ଧ ମା ଏନ.ନାଚିଆମ୍ମା ଦାଣ୍ଡଘରେ ଶୋଇଥିବା ବେଳେ ବାରିପଟ ଦେଇ ତାଙ୍କର ୩ଟି ଫାଟକ ଭାଙ୍ଗି ତାଙ୍କ ଟିଣପେଡି ଧରି ଚାଲିଯାଇଯାଉଥିବା ବେଳେ ବୃଦ୍ଧ ମା’ର ମଧ୍ୟ ରାତ୍ରରେ ଚେତାଫେରି ଉଠିଲେ , ଭୟରେ ଚିତ୍କାର କରିଥିଲେ । ସେଥିରେ ନଗଦ ୨0ହଜାର ଏବଂ ସୁନା କାନର ଏକ ଗ୍ରାମରୁ ଉର୍ଦ୍ଧ ଥିବା ପୋଲିସକୁ ଶନିବାର ପୂର୍ବାହ୍ନରେ ଥାନାରେ ଏତଲା ଦେବାରୁ ସଦର ପୋଲିସ ଜ୍ୟୋତିରଞ୍ଜନ ବେହେରା ଓ ପୋଲିସ ସଦଳବଳେ ଏବଂ ଅନୁସନ୍ଧାନି ଟିମ ସହ ଅନୁସନ୍ଧାନି ଷ୍ଟ୍ରମ ନାମକ କୁକୁର ପରିଦର୍ଶନରେ ଆସି ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ପୋଖରୀ ହିଡ଼ ଜମି ପାଖରେ ଦୋକାନରୁ ନେଇଥିବା ୫ଟି ଅମୁଲକୁଲ ବୋତଲ ପଡିଥିବାରୁ ଏକ ଟିମ ସଂଘଵଧ ହୋଇ ଏହି କାର୍ଯ୍ୟ କରିଥିବା ନେଇ ପୋଲିସ ସେହି ଅଞ୍ଚଳରେ ଅସ୍ଥାୟୀଭାବେ ରହୁଥିବା ଏରଗୁଲା ଲୋକଙ୍କ ଉପରେ ନଜର ରଖି ତଦନ୍ତ ଚଲାଇଛନ୍ତି ।

Advertisement