Monday, September 7, 2026
ADVERTISEMENT
Home ଜାତୀୟ ପ୍ରଧାନମନ୍ତ୍ରୀ ମୋଦୀ :ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ...

ପ୍ରଧାନମନ୍ତ୍ରୀ ମୋଦୀ :ଡକ୍ଟର ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରିଛନ୍ତି

454
ADVERTISEMENT

ନୂଆଦିଲ୍ଲୀ,୦୯/୦୪(ଡ଼ି.ଏଚ/ବ୍ୟୁରୋ): ମହତାବ ଏ ଭଳି ଜଣେ ବ୍ୟକ୍ତି, ଯିଏ ଇତିହାସ ସୃଷ୍ଟି କରିଛନ୍ତି, ଇତିହାସ ଦେଖିଛନ୍ତି ଓ ଇତିହାସ ଲେଖିଛନ୍ତି। ବାସ୍ତବିକ ଏଭଳି ଐତିହାସିକ ବ୍ୟକ୍ତିତ୍ୱ ଖୁବ୍‌ ବିରଳ। ଏଭଳି ମହାପୁରୁଷ ସ୍ୱଂୟ ଇତିହାସର ଗୋଟିଏ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ରଚିତ ‘ଓଡ଼ିଶା ଇତିହାସ’ର ହିନ୍ଦୀ ଅନୁବାଦିତ ପୁସ୍ତକ ଉନ୍ମୋଚନ କରି କହିଛନ୍ତି । ପୁସ୍ତକ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶାର ପ୍ରଗତି ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ବିପୁଳ ଅବଦାନ ନିମନ୍ତେ ଉତ୍କଳ କେଶରୀ ହରେକୃଷ୍ଣ ମହତାବ ସ୍ମରଣୀୟ। ଓଡ଼ିଶାର ସଂସ୍କୃତି ପ୍ରତି ସେ ଥିଲେ ଖୁବ୍‌ ଅନୁରକ୍ତ।

Advertisement