Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଚଳନ୍ତା ଟ୍ରେନରୁ ଖସି ସୁରଟ ଫେରନ୍ତା ଯୁବକ ମୃତ ।

ଚଳନ୍ତା ଟ୍ରେନରୁ ଖସି ସୁରଟ ଫେରନ୍ତା ଯୁବକ ମୃତ ।

323
ADVERTISEMENT

କୋଦଳା,୦୬/୦୪(ସୂର୍ଯ୍ୟ ନାରାୟଣ ବୁଡୁ): ସୋମବାର ଅପରାହ୍ନ ଥିଲା ନିମିନା ପାଇଁ ଏକ ଅଶୁଭ ଦିନ ! ଅପରାହ୍ନ ସମୟରେ ନିଜର ପରିବାର ପୋଷଣ ପାଇଁ ଗୁଜୁରାଟ ସୁରତକୁ କାର୍ଯ୍ୟ କରିବାକୁ ଯାଇଥିବା ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି ! ଅପରାହ୍ନ ସମୟରେ ସମ୍ବଲପୁର ନିକଟରେ ଚଳନ୍ତା ଟ୍ରେନରୁ ଖସି କୋଦଳା ଥାନା ଅନ୍ତର୍ଗତ କେ ବରିଡା ପଞ୍ଚାୟତର ନିମିନା ଗ୍ରାମର ସ୍ବର୍ଗତ ଟୀକାରାମଙ୍କ ପୁଅ (୪୫) ସନ୍ତୋଷ ପରିଡାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁଯାୟୀ ସନ୍ତୋଷ ତାଙ୍କ ସଡୁ ଓ ଶାଳୀଙ୍କ ପରିବାର ସହ ସୁରତରୁ ଟ୍ରେନ ଯୋଗେ ନିଜ ଗାଁକୁ ଫେରୁଥିଲେ । କିନ୍ତୁ କୌଣସି କାରଣରୁ ସମ୍ବଲପୁର ନିକଟରେ ଭାରସାମ୍ୟ ହରାଇ ସେ ଟ୍ରେନରୁ ତଳକୁ ଖସିଯାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ସମ୍ବଲପୁର ପୋଲିସ ଶବକୁ ଜବତ କରି ବୁର୍ଲା ଠାରେ ବ୍ୟବଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି ।

Advertisement