ଜୈଶ୍‌ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି: ଗୁଇନ୍ଦା ସୂଚନା ପରେ ୭ଟି ରାଜ୍ୟରେ ହାଇ ଆଲର୍ଟ

216
ADVERTISEMENT

ନୂଆଦିଲ୍ଲୀ, ୦୮/୦୮(ଏଜେନସି ) : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ହେବା ପରେ ଆତଙ୍କବାଦୀମାନେ ଆକ୍ରମଣ କରିବାର ଆଶଙ୍କା ଥିବାରୁ ଭାରତୀୟ ଗୁଇନ୍ଦା ଏଜେନ୍‌ସି ବୁଧବାର ଦିନ ହାଇ ଆଲର୍ଟ ଜାରି କରିଛି । ପାକିସ୍ତାନସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ କଶ୍ମୀର ଉପତ୍ୟକାରେ ଏବଂ ଅନ୍ୟୂନ ୭ଟି ଅନ୍ୟ ରାଜ୍ୟରେ ଭୟାବହ ଆତଙ୍କବାଦୀ ଆକ୍ରମଣ କରିବାର ସମ୍ଭାବନା ରହିଛି ବୋଲି ଗୁଇନ୍ଦା ବିଭାଗ ତରଫରୁ ସୂଚନା ମିଳିଛି । ସଦ୍ୟତମ ତଥ୍ୟାନୁସାରେ, ଆକ୍ରମଣ କରିବା ପାଇଁ ପାକିସ୍ତାନର ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି ଇଣ୍ଟର୍‌-ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ (ଆଇଏସ୍‌ଆଇ) ଆତଙ୍କବାଦୀ ସଂଗଠନକୁ ସହଯୋଗ କରୁଛି । ୨୦୧୯ ଫେବ୍ରୁଆରିରେ ହୋଇଥିବା ପୁଲ୍‌ଓ୍ଵାମା ଆକ୍ରମଣ ଢାଞ୍ଚାରେ ସେନା, ପୁଲିସ ଏବଂ ଅନ୍ୟ ଆଇନ ପ୍ରବର୍ତ୍ତନ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇ ପାରେ ବୋଲି ସୂଚନା ମିଳିଛି । ସୂଚନା ଆଧାରରେ ଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରେ ଜେଇଏମ୍‌ ଏଭଳି ଘୃଣ୍ୟ ଆକ୍ରମଣ ଯୋଜନା କରିବାର ସମ୍ଭାବନା ରହିଛି ।

Advertisement