Monday, September 7, 2026
ADVERTISEMENT
Home ରାଜନୀତି ବିଧାନସଭା ପରିସରରୁ ଧାରଣାରୁ ଉଠିଲେ ବିଜେପି ବିଧାୟକ : ବିଜୟପଲ ସିଂହ ତୋମାରଙ୍କ ଅନୁରୋଧ ପରେ...

ବିଧାନସଭା ପରିସରରୁ ଧାରଣାରୁ ଉଠିଲେ ବିଜେପି ବିଧାୟକ : ବିଜୟପଲ ସିଂହ ତୋମାରଙ୍କ ଅନୁରୋଧ ପରେ ଉଠିଲେ

358
ADVERTISEMENT

ଭୁବନେଶ୍ୱର,୦୪/୦୪(ଡ଼ି.ଏଚ/ବ୍ୟୁରୋ): ପାଖାପାଖି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଗାନ୍ଧୀ ମୂର୍ତ୍ତି ତଳେ ବସିବା ପରେ ଶେଷରେ ଧାରଣା ପ୍ରତ୍ୟାହାର କରିଛନ୍ତି ବିଜେପି ବିଧାୟକ । ବିଜେପି ସହପ୍ରଭାରୀ ବିଜୟପଲ ସିଂହ ତୋମାର ଯାଇ ଭେଟିବା ପରେ ଧାରଣା ପ୍ରତ୍ୟାହାର କରିଛନ୍ତି ବିଜେପି ବିଧାୟକ । ତେବେ ବିଜୟପଲ ସିଂହ ତୋମାରଙ୍କ ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଆଲୋଚନା ପରେ ନରସିଂହ କହିଥିଲେ ଯେ ୫ ଦିନ ପୁର୍ବରୁ ଗୃହ କାର୍ଯ୍ୟ ବନ୍ଦ କରିଦିଆଗଲା। ହୋହଲ୍ଲା ଭିତରେ ବିଧେୟକ ପାରିତ ହେଲା। ବିରୋଧୀଙ୍କୁ ଆଲୋଚନାରେ ସାମିଲ କରା ନଯିବା ଏବଂ ଗୃହରେ ଯେଉଁ ଭଳି ଭାବେ ବିଲ୍ ପାସ କରାଯାଉଛି, ତାହା ଅଗଣତାନ୍ତ୍ରିକ। ଆଲୋଚନା ଭିତରେ ବିଧାନସଭା ବନ୍ଦ କରିବା କଥା। କିନ୍ତୁ ସେଭଳି କିଛି ହେଇନି । ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉନାହିଁ ବୋଲି ସେ କହିଥିଲେ । ସୂଚନା ମୁତାବକ, ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣାରେ ବିଜେପିର ୩ ସଦସ୍ୟଙ୍କ ନିଲମ୍ବନକୁ ନେଇ ବିଧାନସଭା ପରିସରସ୍ଥ ଗାନ୍ଧୀମୂର୍ତ୍ତି ତଳେ ଅହୋରାତ୍ର ଧାରଣା ଦେଇଥିଲେ ବିଜେପି ବିଧାୟକ। ବିଲ୍‌ ଆଲୋଚନା ବେଳେ ବିରୋଧୀ ସଦସ୍ୟମାନଙ୍କୁ ଭାଗ ନେବାକୁ ବାଚସ୍ପତି ସୁଯୋଗ ଦେଇନାହାନ୍ତି ବୋଲି ସେମାନେ କହିଥିଲେ । ମୁଲତବୀ ଆଲୋଚନା ଦାବି କରିବା ବିରୋଧୀମାନଙ୍କର ଅଧିକାର। ସେ ଅଧିକାର ବାଚସ୍ପତି ଦେଇନାହାନ୍ତି ବୋଲି କହି ଧାରଣାରେ ବସିଥିଲେ । ତେବେ ଶନିବାର ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଧାୟକମାନଙ୍କୁ ଯେତେ ବୁଝାଇଲେ ବି ସେମାନେ ମାନିନଥିଲେ । ଆଉ ଗତକାଲିଠାରୁ ଧାରଣାରେ ବସିଥିଲେ । ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୋହନ ଚରଣ ମାଝୀ ଓ ବିଷ୍ଣୁ ଚରଣ ସେଠୀ ଗୃହରୁ ନିଲମ୍ବିତ ହେବା ପରେ ବିଜେପି ସଦସ୍ୟମାନେ କକ୍ଷ ତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

Advertisement