ଭାରତ ରତ୍ନ ପାଇବେ ପ୍ରଣବ ମୁଖାର୍ଜୀ

275
ADVERTISEMENT

ନୂଆଦିଲ୍ଲୀ,୦୮/୦୮(ଏଜେନସି ) : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରିବେ । ପାଞ୍ଚ ଦଶକ ଧରି ରାଜନୀତିରେ ସକ୍ରିୟ ଥିବା ପ୍ରଣବ କଂଗ୍ରେସ ଶାସନ କାଳରେ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ପି.ଭି ନରସିଂହରାଓ ଓ ମନମୋହନ ସିଂଙ୍କ ଶାସନ ସମୟରେ ଗୁରୁ ଦାୟିତ୍ୱ ବହନ କରିଥିଲେ। ୮୩ ବର୍ଷୀୟ ପ୍ରଣବ ୨୦୧୨-୨୦୧୭ ପର୍ଯ୍ୟନ୍ତ ଭାରତର ୧୩ ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୦୯-୨୦୧୨ ପର୍ଯ୍ୟନ୍ତ ଭାରତର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ପ୍ରଣବ। ସଭିଙ୍କ ପ୍ରିୟ ‘ପ୍ରଣବ ଦା’ ଭାରତ ରତ୍ନ ପାଇବା ପରେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Advertisement