ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଓଡ଼ିଶାର ହୋମଗାର୍ଡଙ୍କ ଦୈନିକ ଭତ୍ତା ବୃଦ୍ଧି ନେଇ ଦାବି

209
ADVERTISEMENT

ଭୁବନେଶ୍ୱର,୨୫/୩ (ଡ଼ି.ଏଚ/ବ୍ୟୁରୋ) : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଓଡ଼ିଶାର ହୋମଗାର୍ଡଙ୍କ ଦୈନିକ ଭତ୍ତା ପ୍ରସଙ୍ଗ ଉଠାଇଛନ୍ତି। ଅପରାଜିତା କହିଛନ୍ତି ଓଡ଼ିଶାରେ ୧୭ ହଜାର ହୋମଗାର୍ଡ ରହିଛନ୍ତି। ତେବେ ସେମାନଙ୍କୁ ଦୈନିକ ମାତ୍ର ୩ଶହ ଟଙ୍କା ମିଳୁଛି, ଯାହା ବହୁତ କମ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ହୋମଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ମିଳିବା ଉଚିତ। ହୋମଗାର୍ଡଙ୍କ ଏହି ସମସ୍ୟା ପ୍ରତି କେନ୍ଦ୍ର ଗୃହ ମନ୍ତ୍ରାଳୟ ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ହୋମଗାର୍ଡଙ୍କ ଭତ୍ତା ବଢ଼ାଇବାକୁ ସେ ଦାବି କରିଛନ୍ତି।

Advertisement