
ମୁମ୍ବାଇ୭/୮, ଏଜେନସି : ଲଗାତାର ୪ର୍ଥ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ରେପୋ ରେଟ୍ କମାଇଛି । ଏକ ବୈଠକରେ ରେପୋ ରେଟ୍କୁ ୩୫ ବେସିସ୍ ପଏଣ୍ଟ୍ କମାଇବା ପାଇଁ ନିଷ୍ପତ୍ତି ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କର ଏହି ନିଷ୍ପତ୍ତି ଦ୍ୱାରା ଅନ୍ୟ ବ୍ୟାଙ୍କ ଗୁଡ଼ିକର ସୁଧହାର କମିବ ବୋଲି କୁହାଯାଉଛି । ପୂର୍ବରୁ ଗତ ବୈଠକରେ ରେପୋରେଟ୍ ୦.୨୫ ପ୍ରତିଶତ ହ୍ରାସ କରାଯାଇଥିଲା । ସୂଚନାଯୋଗ୍ୟ, ରିଜର୍ଭ ବ୍ୟାଙ୍କ ଗଭର୍ନର ଭାବେ ଶକ୍ତିକାନ୍ତ ଦାସଙ୍କ ଦାୟିତ୍ୱ ଗ୍ରହଣ ପରେ ଇତିମଧ୍ୟରେ ୪ଥର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି ।