ନୂଆଦିଲ୍ଲୀ,୧୮/୩,(ଡ଼ି.ଏଚ/ବ୍ୟୁରୋ): ଅନ୍ଲାଇନ୍ ଠକଙ୍କ ପ୍ରତି ସତର୍କ ରହିବା ଲାଗି ‘ଏଟିଏମ୍ ପିନ୍’ ଓ ‘କ୍ରେଡିଟ୍ କାର୍ଡ’ ନମ୍ବର ଆଦି ସେୟାର୍ ନ କରିବାକୁ ଭାରତୀୟ ବ୍ୟାଙ୍କ୍ଗୁଡ଼ିକ ସବୁବେଳେ ଗ୍ରାହକମାନଙ୍କୁ ଚେତାବନୀ ଦେଉଛନ୍ତି । ଚେତାବନୀ ସତ୍ତ୍ୱେ ଗ୍ରାହକମାନେ ଏସବୁ ମୌଳିକ ସତର୍କତା ପ୍ରତି ଅବଜ୍ଞା ପ୍ରଦର୍ଶନ କରି ଠକାମିର ସରବ୍ୟ ହେଲେ, ବ୍ୟାଙ୍କ୍ମାନେ ଦାୟୀ ରହିବେ ନାହିଁ ବୋଲି ଗୁଜରାଟର ଏକ ଖାଉଟି ଅଦାଲତ କହିଛନ୍ତି ।
ପ୍ରାପ୍ତ ସୂଚନା ଅନୁସାରେ, ନିଜ ଅବହେଳାରୁ ଠକାମିର ସରବ୍ୟ ହୋଇଥିବା ଜଣେ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବି ଆବେଦନକୁ ଗୁଜରାଟର ଆମରେଲି ଜିଲ୍ଲା ‘କଞ୍ଜୁମର୍ ଡିସ୍ପ୍ୟୁଟ୍ ରିଡ୍ରେସାଲ୍ କମିସନ୍’ ଅଗ୍ରାହ୍ୟ କରି ଉପରୋକ୍ତ କଥା କହିଛନ୍ତି ।


















