ଅପରାଧୀଙ୍କୁ ଧରିବାକୁ କମିଶନରେଟ୍‌ ପୁଲିସ ଆପଣାଇଛି ନୂଆ କୌଶଳ

186
ADVERTISEMENT

ଭୁବନେଶ୍ୱର,୧୨/୩,(ଡ଼ି.ଏଚ/ବ୍ୟୁରୋ): ଅପରାଧୀଙ୍କୁ ଧରିବାକୁ ନୂଆ କୌଶଳ ଆପଣାଇଛି କମିଶନରେଟ୍‌ ପୁଲିସ। ଏଣିକି ଅପରାଧ ଘଟାଇ ଆଉ ହୋଟେଲରେ ଲୁଚି ରହିପାରିବେନି ଅପରାଧୀ। ରାଜ୍ୟ ବାହାରୁ ଆସି ହୋଟେଲରେ ରହି ଅପରାଧ ଘଟାଇ ଫେରାର ହେବାର ଯୋଜନା ଫେଲ୍‌ ମାରିବ। କାରଣ ସେମାନଙ୍କୁ ଧରିବ ‘ଅତିଥି’। ‘ଅତିଥି’ ହେଉଛି ଏକ ଆପ୍‌। ପୁଲିସ ପକ୍ଷରୁ ଏହାର ତିଆରି ଚାଲିଛି ଏବଂ ଖୁବଶୀଘ୍ର ଏହି ଆପ୍‌ କାର୍ଯ୍ୟକାରୀ ହେବ। ଏହା ସାହାଯ୍ୟରେ ଟ୍ବିନ ସିଟିରେ ଅପରାଧୀଙ୍କୁ ଧରିବ ପୁଲିସ। ‘ଅତିଥି’ ଆପ୍‌ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ। ସରାଇ ଆକ୍ଟ ଅନୁସାରେ ହୋଟେଲ ମାଲିକ ସମସ୍ତ ତଥ୍ୟ ପୁଲିସକୁ ଦେବେ। ଏହି ତଥ୍ୟ କେବଳ ପୁଲିସ ପାଖରେ ରହିବ, ଏହାକୁ ସର୍ବସାଧାରଣ କରାଯିବ ନାହିଁ। ସବୁ ଗେଷ୍ଟ ହାଉସ, ହୋଟେଲ ଓ ଲଜ୍‌କୁ ଏନେଇ ନିର୍ଦେଶ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ। ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡିସିପି କହିଛନ୍ତି।

Advertisement