ନୂଆଦିଲ୍ଲୀ ,୬/୮ଏଜେନସି : ଲୋକସଭାରେ ଆଜି ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ ଗୃହୀତ ହୋଇଛି । ଏହି ବିଲ ସପକ୍ଷରେ ୩୬୬ ଟି ଭୋଟ ଓ ବିପକ୍ଷରେ ୬୬ ଟି ଭୋଟ ପଡିଥିଲା । ଗତକାଲି ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଂଜୁରୀ ମିଳିବା ପରେ ଏହା ଆଇନରେ ପରିଣତ ହେବ ।
ଏହା ପୂର୍ବରୁ ସମ୍ବିଧାନର ଧାରା ୩୭୧ ଉଠାଇବା ଲାଗି ମୋଦୀ ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ । ଲୋକସଭାରେ ସେ କହିଥିଲେ ଯେ ସରକାର ଧାରା ୩୭୦ ଉଠାଇବା ପରେ ୩୭୧ ମଧ୍ୟ ଉଠାଇଦେବେ ବୋଲି ପ୍ରକାଶ ପାଉଥିବା ଆଶଙ୍କା ଅମୂଳକ ।