କରୋନା ଭାଇରସ୍‌ ଟିକା ଦର ଡୋଜ୍‌ ପିଛା ୨୫୦ ଟଙ୍କା

158
ADVERTISEMENT

ନୂଆଦିଲ୍ଲୀ: ,୨୭।୦୨(ଡ଼ି.ଏଚ/ବ୍ୟୁରୋ): ବେସରକାରୀ ହସ୍ପିଟାଲ୍‌ଗୁଡ଼ିକରେ କରୋନା ଭାଇରସ୍‌ ଟିକା ଦର ଡୋଜ୍‌ ପିଛା ୨୫୦ ଟଙ୍କା ହୋଇପାରେ। ଯଦିଓ ଏହି ଟିକା ସରକାରୀ ହସ୍ପିଟାଲ୍‌ରେ ମାଗଣାରେ ଦିଆଯାଉଛି,କିନ୍ତୁ ବେସରକାରୀ ହସ୍ପିଟାଲରେ ଟିକାକରଣ ପାଇଁ ଲୋକମାନଙ୍କୁ ଦେୟ ଦେବାକୁ ପଡ଼ିବ। ତେବେ, ଏଯାବତ୍‌ ଟିକାର ଡୋଜ୍‌ ପିଛା ଦରକୁ ନେଇ କୌଣସି ସ୍ପଷ୍ଟୀକରଣ ନ ମିଳିଥିଲେ ବି ଏହା ୨୫୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଆଜି କିମ୍ବା ଆସନ୍ତାକାଲି ସ୍ପଷ୍ଟ କରାଯିବ। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ ଯେ ଆଗାମୀ ୩-୪ ଦିନ ମଧ୍ୟରେ ଟିକା ନିର୍ମାତା ଓ ଡାକ୍ତରଖାନା ସହ କଥା ହୋଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଟିକାର ଦର ସ୍ଥିର କରିବ। ତେବେ, ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୧୦୦ ଟଙ୍କା ସେବା ଚାର୍ଜକୁ ମିଶାଇ ଟିକା ଦର ଡୋଜ୍‌ ପିଛା ୨୫୦ ରହିପାରେ। ଏହି ଦରକୁ ନେଇ ଏବେ ବି ବିଚାରବିମର୍ଷ ଚାଲିଛି। ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର କର୍ମଚାରୀମାନଙ୍କୁ ସମୁଦାୟ ୧.୩୭ କୋଟି କରୋନା ଭାଇରସ୍‌ ଟିକା ପ୍ରଦାନ କରାଯାଇଛି।

Advertisement