ADVERTISEMENT
Home କୋରାପୁଟ କୋରାପୁଟ ଲମତାପୁଟରେ ଏକ ୧୨ ଚକିଆ ଟ୍ରକରୁ ଗଞ୍ଜେଇ ଜବତ

କୋରାପୁଟ ଲମତାପୁଟରେ ଏକ ୧୨ ଚକିଆ ଟ୍ରକରୁ ଗଞ୍ଜେଇ ଜବତ

225
ADVERTISEMENT

କୋରାପୁଟ,୨୪/୦୨/୨୧(ଡ଼ି.ଏଚ/ବ୍ୟୁରୋ): ପୁଲିସ ଆଖିରେ ଧୂଳି ଦେଇ ଉତ୍ତରପ୍ରଦେଶକୁ ନିଶା ଦ୍ରବ୍ୟ କାରବାର ହେଉଥିବା ଏକ ଘଟଣା ସାମ୍ନାକୁ ଆସିଛି। ଅଦାବସ୍ତା ଭିତରେ ଗଞ୍ଜେଇ ବସ୍ତା ରଖି ଗଞ୍ଜେଇ ମାଫିଆ ଏହି ଚାଲାଣ କରୁଥିଲେ। ତେବେ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ ଏକ ୧୨ ଚକିଆ ଟ୍ରକ ଉପରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ବେଳେ ବହୁ ପରିମାଣର ଗଞ୍ଜେଇ ପୁଲିସ ଜବତ କରିଛି। ତେବେ ଦିନକୁ ଦିନ ଏହି ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗଞ୍ଜେଇ ଚାଲାଣ କରାଯାଉଛି । ପୂର୍ବରୁ ବୋଲେରୋ, ଅଟୋ, ଜିପ ସିଟ ଭିତରେ ଚାଲାଣ ହେବାର ଖବର ସାମ୍ନାକୁ ଆସିଥିଲା । ଆଉ ଏବେ ଅଦା ବସ୍ତା ଭିତରେ ଗଞ୍ଜେଇ ଚୋରାଚାଲାଣ କରାଯାଉଛି । ଜରି ଅଖାର ଗୋଟେ ପଟେ ଅଦା ଓ ଅନ୍ୟପଟେ ଗଞ୍ଜେଇ । ଗୋଟେ ଗୋଟେ ପ୍ୟାକେଟରେ ପାଖାପାଖି ୨୫କେଜି ଗ‌ଞ୍ଜେଇ ଥିବାର ଅନୁମାନ କରାଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ବସ୍ତାଗୁଡ଼ିକୁ ଏଭଳି ଭାବେ ସିଲ କରାଯାଇଛି କି ବାସ୍ନା ବାହାକୁ ଆସୁ ନାହିଁ।

Advertisement