Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ଜଉଗଡ ମହୋତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

ଜଉଗଡ ମହୋତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା

195
ADVERTISEMENT

ବ୍ରହ୍ମପୁର,୨୩/୦୨/୨୧(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ ସୋମବାର ପ୍ରସିଦ୍ଧ ଐତିହ୍ୟ ଜଉଗଡ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି ।ଆସନ୍ତା ୧ତାରିଖରୁ ପ୍ରଥମ ଥର ପାଇଁ ଆରମ୍ଭ ହୋଉଥିବା ଜଉଗଡ ମହୋତ୍ସବ କିପରି ଦେଶ ବିଦେଶରେ ଆଦୃତ ହୋଇପାରିବ , ଗୁରୁତ୍ୱ ଆରୋପ ଦେଇଥିଲେ । ସ୍ଥାନୀୟ ପରିବେଶ କୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ସହ କରୋନା ଭୟଭତା ଦୃଷ୍ଟିରେ ରଖି କୋଭିଡ୍ ଗାଇଡଲାଇନକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜଉଗଡ ରାସ୍ତା ପାର୍ଶ୍ବରେ ବୃକ୍ଷ ରୋପଣ କରି ଫେରିଥିଲେ । ଏହି ଗସ୍ତରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୁଷୋତ୍ତମପୁର ତହସିଲଦାର ନିତିଶ କୁମାର ତ୍ରିପାଠୀ, ବିଡ଼ିଓ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ସ’ସ୍କୃତି ବିଭାଗର ଉପନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍ଗ,ଜୀବନବିନ୍ଦୁ କାର୍ଯ୍ୟକ୍ରମର ସହସଞ୍ଜୋଜକ ନିର୍ମଳ ଚନ୍ଦ୍ର ସାହୁ, ଜିଲ୍ଲାପରିଷଦ ସଭ୍ୟ ପି ନାରାୟଣ ରାଓ,ସରପଞ୍ଚ ଗୋପାଳ ସେଠି,ଗୋପାଳ ରାଓ ,ସ୍ଥାନୀୟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement