ଆକାଶରୁ ଖସିଲା ଉଡନ୍ତା ବିମାନ ଅଂଶ, ଅଳ୍ପକେ ବର୍ତ୍ତୀଲେ ୨୪୧ ଯାତ୍ରୀ

139
ADVERTISEMENT

ନୂଆଦିଲ୍ଲୀ,୨୧/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଶନିବାର ଦିନ ଆମେରିକାର ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣର କିଛି ସମୟ ପରେ ହନୋଲୁଲୁ ଅଭିମୁଖେ ଯାଉଥିବା ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ଇଞ୍ଜିନ ହଠାତ ଅଚଳ ହୋଇ ପଡିଥିଲା ଫଳରେ ବିମାନର କିଛି ଅଂଶ ଭାଙ୍ଗି ତଳକୁ ଖସି ପଡିଥିଲା ଓ ଜନବସତି ଅଂଚଳରେ ପଡିଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିମାନଟି ସୁରକ୍ଷିତ ଭାବେ ଡେନଭର ବିମାନ ବନ୍ଦରକୁ ଫେରି ଆସିବାରେ ସଫଳ ହୋଇଥିଲା। ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ସେହି ୟୁନାଇଟେଡ୍ ଫ୍ଲାଇଟ୍ ୩୨୮ ପ୍ରାୟ ୧.୩୦ ମିନିଟ ସମୟରେ ବିମାନବନ୍ଦରକୁ ନିରାପଦରେ ଫେରିଥିଲା।ଏଥିରେ ଯାତ୍ରା କରୁଥିବା ୧୦ ଜଣ ବିମାନ କର୍ମଚାରୀଙ୍କ ସମେତ ୨୪୧ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଏହି ଘଟଣାରେ ମଝି ଆକାଶରେ ବିମାନରେ ମଧ୍ୟ ବିସ୍ଫୋରଣ ହୋଇଥିଲା ଓ ସେହି ଶବ୍ଦ ଶୁଣି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ବିମାନବନ୍ଦର ଠାରୁ ୨୫ କିଲୋମିଟର ମଧ୍ୟରେ ପଡିଥିବା ବିମାନର ଅଂଶଗୁଡିକୁ ସଂଗ୍ରହ କରି ଅଧିକ ତଦନ୍ତ ପାଇଁ ସୁରକ୍ଷିତ ରଖିଛି।

Advertisement