ଧାରା ୩୭୦ ଉଚ୍ଛେଦ : କଂଗ୍ରେସ ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ ପ୍ରଶଂସା କରିଛନ୍ତି

178
ADVERTISEMENT

ନୂଆଦିଲ୍ଲୀ,୬/୮ଏଜେନସି : ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ୩୭୦ ଏକ ପୁରୁଣା ପ୍ରସଙ୍ଗ । ସ୍ବାଧୀନତା ପରେ ଅନେକ ସ୍ବାଧୀନତା ସଂଗ୍ରାମୀ ଏହାକୁ ହଟାଇବା ସପକ୍ଷରେ ଥିଲେ । ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଇ ଯେଉଁ ଭୁଲ କରାଯାଇଥିଲା ତାହା ନରେନ୍ଦ୍ର ମୋଦି ସରକାର ସୁଧାରିଦେଇଛନ୍ତି । ଏହାକୁ ସ୍ବାଗତ କରାଯିବା ଉଚିତ । ରାଜ୍ୟ ସଭା ପରେ ଏହା ଲୋକ ସଭାରେ ମଧ୍ୟ ଗୃହତୀ ହେବ । ଏଥିରେ ସନ୍ଦେହ ନାହିଁ ବୋଲି ଦ୍ୱିବେଦୀ ଟୁଇଟ୍‌ କରି ବ୍ୟକ୍ତିଗତ ଭାବେ ପ୍ରଶଂସା କରିଛନ୍ତି ।

Advertisement