ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ : ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେବ

191
ADVERTISEMENT

ନୂଆଦିଲ୍ଲୀ,୧୧/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ଚୀନ ସହ ସୀମା ବିବାଦ ନେଇ ଭାରତକୁ ବଡ ସଫଳତା। ଭାରତ ଓ ଚୀନ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ଉଭୟ ଦେଶର ସେନା ପ୍ରତ୍ୟାହାର ହେବ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଜ୍ୟସଭାରେ କହିଛନ୍ତି।ପାଙ୍ଗଙ୍ଗ୍ ହ୍ରଦ ନିକଟରୁ ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର ହେବାର ୪୮ ଘଣ୍ଟା ମଧ୍ୟରେ ଦୁଇ ଦେଶ ମଧ୍ୟରେ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ କରାଯିବ। କୂଟନୈତିକ ଓ ସାମରିକ ସ୍ତରରେ ବାରମ୍ବାର ଆଲୋଚନା ପରେ ଦୁଇ ଦେଶ ପକ୍ଷରୁ ପର୍ଯ୍ୟାୟ କ୍ରମେ ଆଗୁଆ ଘାଟିରୁ ସୈନ୍ୟ ପ୍ରତ୍ୟାହାର ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ନିୟନ୍ତ୍ରଣ ରେଖାରେ ଭାରତ ଶାନ୍ତିପୂର୍ଣ୍ଣ ପରିସ୍ଥିତି ବଜାୟ ରଖିବାକୁ ପ୍ରତିବଦ୍ଧ। ଦ୍ୱିପାକ୍ଷିକ ସୁସମ୍ପର୍କ ଉପରେ ଦେଶ ସର୍ବଦା ଗୁରୁତ୍ୱାରୋପ କରିଆସିଛି। ଅନ୍ୟପଟେ ଚୀନଓ ଭାରତ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଯେଉଁ ଯବାନମାନେ ସୀମା ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଛନ୍ତି, ତାକୁ ସ୍ମରଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ଏହାସହ ସଂସଦ ଦେଶର ଅଖଣ୍ଡତା ପ୍ରସଙ୍ଗରେ ଠିଆ ହୋଇଥିବା ସେ କହିଛନ୍ତି । ସୀମା ବିବାଦରେ ଭାରତ କିଛି ହରାଇ ନାହିଁ ବୋଲି ପ୍ରତିରକ୍ଷାମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଛନ୍ତି। ଆଲୋଚନା ବେଳେ ଚୀନ ପକ୍ଷରୁ ଅଯୌକ୍ତିକର ଦାବିକୁ ଭାରତ ପକ୍ଷରୁ ପ୍ରତ୍ୟାଖାନ କରାଯାଇଥିଲା। ଏପରିକି କୌଣସି ପରିସ୍ଥିତି ଇଂଚେ ଜମି ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଲଗାତର ଆଲୋଚନା ପରେ ପାଙ୍ଗଙ୍ଗର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି ବୋଲି ରାଜନାଥ ସିଂ କହିଛନ୍ତି।

Advertisement