କୁକୁଡାଖଣ୍ଡି,୧୦/୦୨/୨୧(ଇ.ରଞ୍ଜନ) : ଜଳ ସମ୍ପଦ ବିଭାଗ ଅଧିନରେ ଥିବା ଡେଙ୍ଗାପଦର ପଞ୍ଚାୟତର ନାରାୟଣପୁର ଗ୍ରାମରେ ଥିବା ଲୁଣ୍ଡା ନାଳ ଓ ଟମକେଇ ନାଳର ୨କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଉନ୍ନତିକରଣ କାମର ଶିଳାନ୍ୟାସ କରିଛନ୍ତି ଓଡିଶା ବିଧାନସଭା ବାଚସ୍ପତି ସୂଯ୍ୟନାରାୟଣ ପାତ୍ର । ନାଳ ଗୁଡିକ ଦ୍ବାରା ଜଳସେଚନର ମଧ୍ୟ ସୁବିଧା ହେଉଛି । ବାଚସ୍ପତିଙ୍କ କାଯ୍ୟକ୍ରମରେ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବିଧାୟକ ପ୍ରତିନିଧି ହିମାଂଶୁ ପାଢୀ,ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ,ବିଷ୍ନୁ ପ୍ରିୟା ପାତ୍ର,ରାମହରି ଜେନା,ପୂଣ୍ନଚନ୍ଦ୍ର ସ୍ବାଇଁ,ବୃନ୍ଦାବନ ଖଟେଇ,ମଳୟ ପଣ୍ଡା ,ବୃନ୍ଦାବନ ଜେନାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।




















