ରାଜ୍ୟସଭାରେ ଅଭିଭାଷଣରେ ବିକାଶ ମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

194
ADVERTISEMENT

ଭୁବନେଶ୍ୱର,୦୪/୦୨/୨୧(ଡ଼ି.ଏଚ/ବ୍ୟୁରୋ) : ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଧନ୍ୟବାଦ ପ୍ରସ୍ତାବ ଉପରେ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଦେଶର ଗରିବ, ମହିଳା, ଯୁବକ, କୃଷକଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । ପଛୁଆ ଲୋକଙ୍କ ବିକାଶ ଆମ ସରକାରର ଫୋକସ ରହିଛି ବୋଲି ସେ କହିଛନ୍ତି। ତେବେ ଧର୍ମେନ୍ଦ୍ର ଆହୁରି ବି କହିଛନ୍ତି ଯେ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ଆମର ମନ୍ତ୍ର । ଜନସାଧାରଣଙ୍କୁ ନେଇ ସରକାର ଚଳାଇବା ଆମ ଶାସନର ମୂଳ ମନ୍ତ୍ର । ପଶ୍ଚିମ ସହ ପୂର୍ବ ଭାରତର ବିକାଶ ଦିଗରେ କାମ କରୁଛନ୍ତି ସରକାର । ୧୯୭୫ରେ ୨ ପ୍ରତିଶତ ଟଏଲେଟ ଥିଲା ଆଜି ଶତପ୍ରତିଶତଙ୍କ ଘରେ ଟଏଲେଟ । ୨୦୧୪ରେ ୧୪ କୋଟି ଘରୋଇ ଗ୍ୟାସ ସଂଯୋଗ ଥିଲା, ମାତ୍ର ଆଜି ୨୯ କୋଟି ହୋଇଛି ବୋଲି ଧର୍ମେନ୍ଦ୍ର ତାଙ୍କ ଅଭିଭାଷଣରେ କହିଛନ୍ତି ।

Advertisement