Saturday, November 21, 2026
ADVERTISEMENT
Home ଜାତୀୟ ପ୍ରଧାନମନ୍ତ୍ରୀ ମୋଦୀ :କୃଷି ଆଇନ ସରକାରଙ୍କ ପ୍ରସ୍ତାବ ବଳବତ୍ତର ରହିଛି

ପ୍ରଧାନମନ୍ତ୍ରୀ ମୋଦୀ :କୃଷି ଆଇନ ସରକାରଙ୍କ ପ୍ରସ୍ତାବ ବଳବତ୍ତର ରହିଛି

214
ADVERTISEMENT

ନୂଆଦିଲ୍ଲୀ,୩୦/୦୧/୨୧ (ଡ଼ି.ଏଚ/ବ୍ୟୁରୋ) : ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏ ପର୍ଯ୍ୟନ୍ତ ବଳବତ୍ତର ରହିଛି। କୃଷି ଆଇନକୁ ନେଇ ଚାଲିଥିବା ଆନ୍ଦୋଳନ ଓ ଏହି ସଂପର୍କିତ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ହିଁ ହେବ, ମାତ୍ର ଦେଶର ସ୍ବାର୍ଥ ବିଷୟରେ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ । ସଂସଦର ବଜେଟ୍ ଅଧିବେଶନ ସୁରୁଖୁରୁରେ ସଂପାଦିତ ହେବା ନେଇ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ମୋଦୀ ଅଧିବେଶନରେ ସରକାରଙ୍କ କାର୍ଯ୍ୟସୂଚୀ ସଂପର୍କରେ ଅବଗତ କରାଇଥିଲେ। ସାଧାରଣ ଭାବେ ଉଭୟ ଗୃହର କାର୍ଯ୍ୟକୁ ସୁଗମ କରିବା ପାଇଁ ସଂସଦ ଅଧିବେଶନ ପୂର୍ବରୁ ଏହିପରି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥାଏ ।

Advertisement