ଦିଗପହଣ୍ଡି,୨୫/୦୧/୨୧ (ମୋହନ ଗୌଡ଼) : ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ୫୦ଯାତ୍ରୀ, ହେଲପର ଆହତ । ଗଂଜାମ ଜିଲ୍ଲା ପାଟପୁର ଥାନା ଖେମୁଣ୍ଡିଖୋଲ ଗାଁ ନିକଟରେ ଏକ କଲଭର୍ଟକୁ ଧକ୍କା ଦେଲା ଯାତ୍ରୀ ବାହୀ ବସ । ବସରେ ଯାତ୍ରା କରୁଥିବା ସମସ୍ତଯାତ୍ରୀ ମାନେ ସୁରକ୍ଷିତ ଥିବା ବେଳେ ହେଲପର ଆହତ ହୋଇଛି । ବସଟି କଲଭର୍ଟକୁ ଧକ୍କା ଦେଇ ଅଧାରେ ଅଟକି ରହିଛି। ବସଟି ଅନ୍ତରବା ଠାରୁ ବ୍ରହ୍ମପୁର ଯାଉଥିବା ବେଳେ ଖେମୁଣ୍ଡିଖୋଲ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ବସ ରାସ୍ତା ଉପରେ ଅଟକି ରହିଥିବା ହେତୁ ମୋହନା, ଆର.ଉଦୟଗିରି ,ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ରାସ୍ତା ଅବରୋଧ ହୋଇରହିଛି ।



















