Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ଡେଙ୍ଗାପଦର ଯୁବକଙ୍କ ହତ୍ୟା ମାମଲା:୪ନାବାଳକ ସହ ୫ଗିରଫ

ଡେଙ୍ଗାପଦର ଯୁବକଙ୍କ ହତ୍ୟା ମାମଲା:୪ନାବାଳକ ସହ ୫ଗିରଫ

151
ADVERTISEMENT

କୁକୁଡାଖଣ୍ଡି,୨୪/୦୧/୨୧(ଇ.ରଞ୍ଜନ ) : -ଗତ ୧୮ତାରିଖରେ ସଦରଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଟୁଲୁ ସ୍ବାଇଁ ହତ୍ୟା ମାମଲାରେ ସଦରଥାନା ପୋଲିସ ଘଟଣାରେ ସଂପୃକ୍ତ ମୃତ ଟୁଲୁଙ୍କ ସମ୍ପର୍କୟ ଭାଇ ସହ ୪ନାବାଳକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଟୁଲୁ ୧୮ତାରିଖ ରାତ୍ର ୯ଟାରେ ନିଜ ସାହିର ଜଣେ ଲୋକକୁ ବ୍ରହ୍ମପୁର ବସଷ୍ଟାଣ୍ଡ ଯିବାକହି ଘରୁ ଯାଇଥିଲେ।ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ପାହାନ୍ତିଆ ସମୟରେ ଡେଙ୍ଗାପଦର ଗ୍ରାମ ନିକଟ ଏକ ବୁଦା ଠାରେ ତାଙ୍କ ମୃତ ଦେହ ସହ ବାଇକ ପଡିଥିବା କିଛିଲୋକ ଦେଖି ତାଙ୍କ ଘରଲୋକଙ୍କୁ ଖବର ଦେଇଥିଲେ। ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଅଣାଯାଇଥିଲା ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁବରଣଘଟିଥିଲେ। ପରେ ତାଙ୍କ ବାପା କାଳୀଚରଣ ପ୍ରଧାନ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ୫ଜଣଙ୍କୁ ଗିରଫ କରିଥିଲା । ସେହି ଶତ୍ରୃତାକୁ କେନ୍ଦ୍ର କରି ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ଫିଙ୍ଗିଦେଇଥିଲେ ଯେପରି କି ଦୁଘଟଣା ଘଟିଛି ବୋଲି ସାଧାରଣରେ ଜଣାପଡିବ। ମାସକ ମଧ୍ୟରେ ତିନୋଟି ହତ୍ୟା ଘଟଣା ସଦରଥାନା ଅଞ୍ଚଳରେ ଘଟିଥିବା ଜଣାପଡିଛି ।

Advertisement