Wednesday, August 19, 2026
ADVERTISEMENT
Home ଜାତୀୟ ବରିଷ୍ଠ କଂଗ୍ରେସ ନେତା କରନ ସିଂହଙ୍କ ଘରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀ...

ବରିଷ୍ଠ କଂଗ୍ରେସ ନେତା କରନ ସିଂହଙ୍କ ଘରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀ ଗୁଳି ଫୁଟାଇ ଆତ୍ମହତ୍ୟା ଉଦ୍ୟମ

252
ADVERTISEMENT

ନୂଆଦିଲ୍ଲୀ ,୫/୮ଏଜେନସି : ବରିଷ୍ଠ କଂଗ୍ରେସ ନେତା କରନ ସିଂହଙ୍କ ଘରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀ ଗୁଳି ଫୁଟାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାଯାଇଛି। ଏହାପରେ ଅବଶ୍ୟ ଉକ୍ତ ପୁଲିସ କର୍ମଚାରୀଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।ଏହି ଅଘଟଣ ଘଟିବାପରେ କରନ ସିଂହଙ୍କ ଘରେ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବି ଜଣାଯାଇଛି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଥିବା କରନ ସିଂହଙ୍କ ଘରେ ଏହି ଅଘଟଣ ଘଟିଥିବା ଜଣାଯାଇଛି।

Advertisement