Friday, October 23, 2026
ADVERTISEMENT
Home ଜାତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ନିମନ୍ତେ ବିଜେପି ପକ୍ଷରୁ ପ୍ରସ୍ତୁତି

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ନିମନ୍ତେ ବିଜେପି ପକ୍ଷରୁ ପ୍ରସ୍ତୁତି

302
ADVERTISEMENT

ନୂଆଦିଲ୍ଲୀ ,୫/୮ଏଜେନସି : ଆଗାମୀ ୧୬ ତାରିଖରେ ଦେଶବ୍ୟାପୀ ବିଜେପିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେବାକୁ ବିଜେପି ପକ୍ଷରୁ ପ୍ରସ୍ତୁତି ପର୍ବ ଚାଲିଛି । ଏଥିପାଇଁ ଏକ ସପ୍ତାହ ପୂର୍ବରୁ ବିଜେପି ପ୍ରସ୍ତୁତ ହଉଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବାଜପେୟୀ ଗତ ବର୍ଷ ଅଗଷ୍ଟ ୧୬ତାରିଖରେ ପରଲୋକ ଗମନ କରିଥିଲେ ।ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନିଷ୍ପତ୍ତି ନେଇଛନ୍ତି ଏବଂ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହିତ ଆଲୋଚନା କରିଛନ୍ତି । ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀକୁ ସ୍ମରଣୀୟ କରିବା ପାଇଁ ଦଳର ପ୍ରତ୍ୟେକ ସଭ୍ୟ କାମ କରିବାକୁ ଆହ୍ୱାନ ଦିଆଯାଇଛି । ରାଜ୍ୟ ଓ ଜିଲ୍ଲାସ୍ତରରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବିଜେପି କର୍ମୀମାନଙ୍କୁ ଅବଗତ କରାଯାଇଛି । ଖାଲି ସେତିକି ନୁହେଁ , ଅଟଳ ବିହାରୀ ବାଜପେୟୀଙ୍କ ସ୍ମୁତିରେ କେତେକ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

Advertisement