ଇୟରଫୋନ ଲଗାଇ ରାସ୍ତା ପାର ବେଳେ ଅଘଟଣ

149
ADVERTISEMENT

ମଧ୍ୟପ୍ରଦେଶ,୧୭/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ମଧ୍ୟପ୍ରଦେଶର ହୋଷଙ୍ଗାବାଦରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ମୃତ୍ୟୁର ଏହି ଭୟଙ୍କର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଡୋଲରିୟା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଏହି ମହିଳା ଗତକାଲି କରୋନା ଭ୍ୟାକସିନ୍ ନେବା ପାଇଁ ଯାଉଥିଲେ। କିନ୍ତୁ ଭ୍ୟାକସିନ ନେବା ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ୪୦ ବର୍ଷ ବୟସ୍କ ଏଏନଏମ ଚନ୍ଦା ସୋନାଙ୍କ ଗତକାଲି ରାତି ଡ୍ୟୁଟି ଥିଲା। ରାତି ଡ୍ୟୁଟି ସାରି ସକାଳୁସକାଳୁ ସେ ଘରକୁ ଫେରୁଥିଲେ। ଏହି ସମୟରେ କାନରେ ଇଅରଫୋନ ଲଗାଇ ଚନ୍ଦା ରେଲୱେ ଫାଟକ ପାର କରୁଥିଲେ। ଏତିକି ବେଳେ ଟ୍ରେନ୍ ଆସୁଥିବା ସେ ଜାଣିପାରି ନଥିଲେ।

Advertisement