ରାଜସ୍ଥାନ,୧୭/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ଶନିବାର ରାତିରେ ରାଜସ୍ଥାନର ଜାଲୋର୍ ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ବିଜୁଳି ତାର ସଂସ୍ପର୍ଶ ଆସି ଗୋଟାଏ ବସ୍ରେ ନିଆଁ ଲାଗିଯିବାରୁ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୭ଜଣ ଆହତ ହୋଇଛନ୍ତି । ଗତକାଲି ରାତି ପ୍ରାୟ ୧୦.୩୦ରେ ଘଟଣାଟି ଘଟିଥିବା କଥା ଜାଲୋର୍ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଚଗନ ଲାଲ୍ ଗୋୟଲ୍ କହିଛନ୍ତି । ଘଟଣାସ୍ଥଳରେ ବସ୍ର ଡ୍ରାଇଭର୍ ଓ କଣ୍ଡକ୍ଟର୍ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଥିଲା । ଗୋୟଲ କହିଛନ୍ତି, ଆହତ ୧୭ଜଣଙ୍କ ମଧ୍ୟରୁ ସାତଜଣଙ୍କୁ ଯୋଧପୁର ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ, ଘଟଣାସ୍ଥଳରେ ଡ୍ରାଇଭର୍ ଓ କଣ୍ଡକ୍ଟର୍ଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଉ ୪ଜଣଙ୍କର ମୃତ୍ୟୁ ଘଟିଛି ।




















