ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିକୁ ଫେରିଲେ

242
ADVERTISEMENT

ବାଲେଶ୍ୱର,୧୪/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି । ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ଶ୍ରୀ ଦାଶ ୨୦୦୯ ମସିହାରେ ବିଜେପି ଛାଡ଼ି ବିଜେଡିରେ ସେ ସାମିଲ ହୋଇଥିଲେ । ଏହାପରେ ୨୦୦୫ରେ ବିଜେପି ଏବଂ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ଟିକେଟରେ ବିଧାୟକ ନିର୍ବାଚିତ ହୋଇଥିଲେ। ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ଦିବଙ୍ଗତ ବିଧାୟକ ମଦନମୋହନ ଦତ୍ତଙ୍କ ଠାରୁ ପରାଜିତ ହୋଇଥିଲେ। ଗତ ଉପନିର୍ବାଚନରେ ଶ୍ରୀ ଦାଶଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡିରୁ ନିଲମ୍ବନ କରାଯାଇଥିଲା। ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ମାନସ କୁମାର ଦତ୍ତ, ଅଂଶୁମାନ ମହାନ୍ତି, ରାକେଶ ମଲିକ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଏବଂ ଶୁଭଙ୍କର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

Advertisement