ବାପା ହେଲେ ବିରାଟ : ଅନୁଷ୍କ‌ା ଜନ୍ମ ଦେଲେ ଶିଶୁ କନ୍ୟା

173
ADVERTISEMENT

ମୁମ୍ବାଇ,୧୧/୦୧/୨୧(ଡ଼ି.ଏଚ/ବ୍ୟୁରୋ) : ବାପା ହେଲେ ବିରାଟ। ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଅନୁଷ୍କ‌ା ଶର୍ମା। କରୋନା କାଳରେ ନିଜର ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲୀ ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିଛି ଦିନ ତଳେ ଅନୁଷ୍କା ବିରାଟଙ୍କ ସହ ଫଟୋ ଟୁଇଟ କରି ଗର୍ଭବତୀ ଥିବା କଥା କହିଥିଲେ। ଆଜି ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଅନୁଷ୍କା ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଆଜି ସକାଳେ ପ୍ରସବ ପାଇଁ ଅନୁଷ୍କାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଏବେ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଟୁଇଟ କରି ଜଣାଇଛନ୍ତି ବିରାଟ। ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି। ଏହି ଖୁସି ଖବର ସମସ୍ତଙ୍କ ସହ ସେୟାର କରି ବିରାଟ ଟୁଇଟ କରି ଲେଖିଛନ୍ତି ଯେ, ଆଜି ଅପରାହ୍ନରେ ଆମେ ଏକ ଶିଶୁକନ୍ୟାର ମାତା-ପିତା ବନିଛୁ। ଏହି ଖବର ଆପଣଙ୍କ ସହ ସେୟାର କରି ମୁଁ ବହୁତ ଖୁସି। ଆପଣମାନଙ୍କ ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଆମ ତରଫରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଅନୁଷ୍କା ଏବଂ ଝିଅ ଦୁହେଁ ସୁସ୍ଥ ଅଛନ୍ତି। ଆମେ ଆଶା କରୁଛୁ ଆପଣ ଏହି ସମୟରେ ଆମର ଗୋପନୀୟତାକୁ ସମ୍ମାନ କରିବେ।

Advertisement