Thursday, October 1, 2026
ADVERTISEMENT
Home ଆଞ୍ଚଳିକ ବହୁ ଚର୍ଚ୍ଚିତ କାଶୀନଗର ଶିଶୁ ଅପହରଣ ଘଟଣାର ହୋଇଛି ପରଦାଫାସ

ବହୁ ଚର୍ଚ୍ଚିତ କାଶୀନଗର ଶିଶୁ ଅପହରଣ ଘଟଣାର ହୋଇଛି ପରଦାଫାସ

170
ADVERTISEMENT

ଗଜପତି,୦୩/୦୧/୨୧(ପ୍ରଭାତ କୁମାର ପାତ୍ର ) :ବହୁ ଚର୍ଚ୍ଚିତ କାଶୀନଗର ଶିଶୁ ଅପହରଣ ଘଟଣାର ହୋଇଛି ପରଦାଫାସ।ପୋଲିସ କବ୍ଜାରେ ଅପହୃତକାରୀ। ଜଣେ ନାବାଳକ ସମେତ 8 ଅଭିଯୁକ୍ତଙ୍କୁ ଗିରଫ କରିଛି କାଶୀନଗର ପୋଲିସ। ଟଙ୍କା ପାଇଁ ହୋଇଥିଲା ଅପହରଣ, 7ଲକ୍ଷ 50 ହଜାର ଟଙ୍କାରେ ହୋଇଥିଲା ଡିଲ। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ 8ଟି ମୋବାଇଲ। 5ଟି ବାଇକ, ଗୋଟିଏ କାର ଓ 2ଲକ୍ଷ 50ହଜାର ଟଙ୍କା ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଏସ୍ପି ତପନ କୁମାର ପଟ୍ଟନାୟକ। ଘଟଣାଟି ଏପରି ଥିଲାଗତ 16 ତାରିଖରେ ଶିଶୁ ହାର୍ଦ୍ଦିକ ନିଜ ଘର ନିକଟରେ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ଦୁଇ ଜଣ ବାଇକରେ ଆସି ବାପାଙ୍କ ଫ୍ୟାକ୍ଟ୍ରିର ଠିକଣା ଜଣାଇବା ବାହାନାରେ ଅପହରଣ କରିନେଇଥିଲେ। ଏନେଇ ଥାନାରେ ଏତଲା ଦେଇଥିଲେ ଅପହୃତ ହାର୍ଦ୍ଦିକର ବାପା। ପରବର୍ତ୍ତୀ ସମୟରେ 18 ତାରିଖରେ କଇଠପଦର ନବନିର୍ମିତ ଘରୁ ଉଦ୍ଧାର ଶିଶୁଟି ଉଦ୍ଧାର ହୋଇଥିଲା। ଶିଶୁ ଅପହରଣ ପାଇଁ ନିଶା ଦ୍ରବ୍ୟର ବ୍ୟବହାର ମଧ୍ୟ କରାଯାଇଥିଲା। ଯାହା ଫ୍ଳିଫ୍ କାଡରୁ କ୍ରୟ କରାଯାଇଥିବା ପୋଲିସ ସୁଚନା ଦେଇଛି। ତେବେ ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Advertisement