Friday, September 25, 2026
ADVERTISEMENT
Home ଆଞ୍ଚଳିକ ଧାନ କିଣା ନେଇ ଚାଷୀ ଅସନ୍ତୋଷ

ଧାନ କିଣା ନେଇ ଚାଷୀ ଅସନ୍ତୋଷ

183
ADVERTISEMENT

ଗଜପତି,୦୩/୦୧/୨୧(ପ୍ରଭାତ କୁମାର ପାତ୍ର ) : ଧାନ କିଣା ନେଇ ଚାଷୀ ଅସନ୍ତୋଷ। ମିଲରଙ୍କ ମନମାନୀ ବିରୋଧରେ ରାଜରାସ୍ତାରେ ଶତାଧିକ ଚାଷୀ। ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଚାଷୀ, ପାରଳାଖେମୁଣ୍ଡି ବ୍ରହ୍ମପୁର ମୂଖ୍ୟ ରାସ୍ତା କଣ୍ଟ୍ରାଗଡ ଠାରେ ଅବରୋଧ। ଯାତାୟତ ବାଧାପ୍ରାପ୍ତ। ଧାନ ବସ୍ତାରେ ୮୦ କିଗ୍ରା ପରିବର୍ତ୍ତେ ୮୩କିଗ୍ରା ନଦେଲେ ମିଲ ମାଲିକ ଧାନ ନେଉନଥିବା ଅଭିଯୋଗ କରିଛନ୍ତି ଚାଷୀ। ସରକାରଙ୍କ ପକ୍ଷରୁ ଟୋକେନ ପ୍ରଦାନ କରାଯାଇଥିଲେ ମଧ୍ୟ ଧାନ ବିକ୍ରି କରି ପାରୁନଥିବାରୁ ଅସନ୍ତୋଷ ଦେଖା ଦେଇଛି। ଏନେଇ ସୋସାଇଟି ସମ୍ପାଦକ ଏବଂ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର କୈାଣସି ସମାଧାନ କରୁନଥିବା ଯୋଗୁଁ ରାଜରାସ୍ତାରେ ଶତାଧିକ ଚାଷୀ ପ୍ରତିବାଦ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନକଲେ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ।

Advertisement