ପାରଳାଖେମୁଣ୍ଡି୨୨/୧୨(ପ୍ରଭାତ କୁମାର ପାତ୍ର):ଏସ କାବିଟି ନିକଟ ବିବାଦିୟ ଜମି ଅଞ୍ଚଳରେ ଉଭୟ ଜିଲ୍ଲା ପ୍ରଶାସନର ରାଜଶ୍ବ ଅଧିକାରୀଙ୍କ ଉପସ୍ଥିତିରେ ଜମିର ମାପ କରାଯାଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପାରଳାଖେମୁଣ୍ଡିର ୧୨ଜଣ ଭୁମିହୀନ ଚାଷୀଙ୍କୁ ୧୨ ଏକର ଚାଷ ଜମି ଯୋଗାଇ ଦିଆଯାଇଥିବା ବେଳେ ବର୍ଷ ବର୍ଷ ଧରି ଆନ୍ଧ୍ର ଚାଷୀ ଅକ୍ତିଆରରେ ରଖି ଜୋରଜବରଦସ୍ତ ଚାଷ କରି ଆସୁଛନ୍ତି । ପୁର୍ବରୁ ଅନେକ ବାର ଉଭୟ ଚାଷୀ ମୁହଁ। ମୁହିଁ ହୋଇଥିଲେ ବାରମ୍ବାର ଖବର ପ୍ରସାରଣ ପରେ ଗଜପତି ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଉକ୍ତ ଅଞ୍ଚଳ ଗସ୍ତ କରି ସେହି ଜମି ଓଡିଶାର ବୋଲି ସ୍ୱଷ୍ଟ କରିଥିଲେ ମଧ୍ୟ ଜମିରେ କାର୍ଯ୍ୟ କରିବାକୁ ଦେଉନଥିବା ହେତୁ ଆଜି ଉଭୟ ଜିଲ୍ଲା ପ୍ରଶାସନର ରାଜଶ୍ବ ଅଧିକାରୀ, ତହସିଲ ଦାର ଓ ଅନ୍ୟ କର୍ମଚାରୀ ମାନଙ୍କ ସହାୟତାରେ ମାପଜୁପ ଜାରି ରହିଛି । ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲାର ପାତପାଟଣା ମଣ୍ଡଳର ରାଜଶ୍ବ ଅଧିକାରୀଙ୍କ ନେତୃତ୍ୱରେ ଏକ ଦଳ ସହ ପାରଳାଖେମୁଣ୍ଡି ତହସିଲଦାରଙ୍କ ନେତୃତ୍ୱରେ ରାଜସ୍ବ ବିଭାଗର ବହୁ ଅଧୀକାରି ସାମିଲ ହୋଇଛନ୍ତି ।



















