ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଂଘର ସଭାପତିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭାସହ ବୈଠକରେ ନୂତନ କାମଚଳ। ସଭାପତି ମନୋନୀତ

136
ADVERTISEMENT

ନୂଆଦିଲ୍ଲୀ୨୦/୧୨(ଡ଼ି.ଏଚ/ବ୍ୟୁରୋ) : ଶ୍ରୀ ନୀଳାଚଳ ସେବାସଂଘ ତଥା ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ର ବରିଷ୍ଠ ସଦସ୍ୟ ଏବଂ ସଭାପତି ଦାୟିତ୍ୱ ରେ ଥିବା ଶତ୍ରୁଘନ ନାୟକଙ୍କ ଦେହାନ୍ତ ହୋଇଯାଇଛି ,ସେଥି ଯୋଗୁ ଗତକାଲି ସ୍ଥାନୀୟ ହlଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସନ୍ଧ୍ୟାରେ ସଙ୍ଘର ଏକ କାର୍ଯ୍ୟକାରିଣୀ ବୈଠକ ବସି ସ୍ବର୍ଗତ ନାୟକ ଙ୍କ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବl ସହ ତାଙ୍କର ସ୍ମୁତିଚାରଣ କରାଯାଇଥିଲା । ଏତତ ବ୍ୟତୀତ କାର୍ଯ୍ୟକାରିଣୀ ବୈଠକରେ ନୂତନ ସଭାପତି ନିର୍ବାଚିତ ହେବାଯାଏ ସଙ୍ଘର ବରିଷ୍ଠ ସଦସ୍ୟ ବିଘ୍ନେଶ୍ୱର ରାଉତଙ୍କୁ କାମଚଳା ସଭାପତି ଭାବେ ମନୋନୀତ କରାଯାଇ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଅଯାଇଥିଲା । ସଙ୍ଘର ସଦସ୍ୟ ଅଜୟ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ମନ୍ଦିର ତଥା ଶ୍ରୀ ନୀଳାଚଳସେବାସଙ୍ଘର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ଅଭୟ ପ୍ରଧାନ, କୋଷାଧକ୍ଷ ପଙ୍କଜ ମହାନ୍ତି, ସଦସ୍ୟ ଖିରୋଦ ପାତ୍ର, ବାସୁଦେବ ପାତ୍ର, ଅଶୋକ ପ୍ରଧାନ (ଵି ) ଦିଲୀପ ସ୍ୱାଇଁ, ଆମ୍ବୁଲ୍ୟ ଓଝା, ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, ସୁକାନ୍ତ ସାହୁ, ଅଭିରାମ ସୁତାର, ନିଶିଧର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଶତ୍ରୁଘନ ନାୟକ ଙ୍କ ସ୍ମୃତି ଚାରଣ କରିବା ସହ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Advertisement