ଗୃହମନ୍ତ୍ରୀ ଅମିତ ଶାହା ଆ‌ନ୍ଦୋଳନରତ କୃ‌ଷକଙ୍କୁ କୃଷି ଆଇନର ଉପକାରିତା ବୁଝାଇବା ସହ କୃଷକଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ

167
ADVERTISEMENT

କୋଲକାତା୧୯/୧୨(ଡ଼ି.ଏଚ/ବ୍ୟୁରୋ) : ଆଜି ଦିଲ୍ଲୀରେ ନୂତନ କୃଷି ଆଇନକୁ ବିରୋଧ କରି ଚାଲିଥିବା ଚାଷୀ ଆନ୍ଦୋଳନ ୨୩ଦିନରେ ପହଞ୍ଚିଛି। ଏ ପର୍ଯ୍ୟନ୍ତ ଚାଷୀ ଭାଇମାନେ ସରକାରଙ୍କ ସହ ଏକମତ ହୋପାରିନଥିବା ବେଳେ କେନ୍ଦ୍ର ସରକାର ବାରମ୍ବାର ନୂତନ କୃଷି ଆଇନର ଲାଭ ବିଷୟରେ ବୁଝାଇବାରେ ଲାଗିଛନ୍ତି। ଏ ମଧ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଥିବ‌ା ଗୃହମନ୍ତ୍ରୀ ଅମିତ ଶାହା ଜଣେ ଚାଷୀ ଭାଇଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିବା ଦେଖାଯାଇଛି । ପଶ୍ଚିମବଙ୍ଗର ମେଦିନପୁରର ବ‌ାଲିଜୁରୀ ଗ୍ରାମରେ ଥିବା ସନାତନ ସିଂହଙ୍କ ଘରେ ପହଞ୍ଚି ଗୃହମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି। କୃଷି ଆନ୍ଦୋଳନ ମଧ୍ୟରେ ଗୃହମନ୍ତ୍ରୀଙ୍କର ଏଭଳି ଚାଷୀଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତିତ ବିଜେପିର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟା ଏବଂ ରାଜ୍ୟ ବିଜେପି ମୁଖ୍ୟ ଦିଲୀପ ଘୋଷ ମଧ୍ୟାହ୍ନ ଭୋଜନ କରିଥିବା ଜଣା ପଡ଼ିଛି। ଆଜି ସକାଳେ ଉତ୍ତର କୋଲ୍‌କାତାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କର ପୈତୃକ ଗୃହ ଦର୍ଶନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ କୋଲ୍‌କାତାରେ ପହଞ୍ଚିଥିବା ଶାହ ଦୁଇଟି ଜିଲ୍ଲା ଗସ୍ତ କରିବା ସହ ରାଲିରେ ଉଦ୍‌ବୋଧନ ଦେବେ ଓ ରୋଡ୍‌ ସୋ’ କରିବେ ବୋଲିସୂଚନ ମିଳିଛି ।

Advertisement