ଛତିଶଗଡ଼ରେ ଏନକାଉଣ୍ଟର: ୭ ମାଓବାଦୀ ମୃତ

315
ADVERTISEMENT

ଛତିଶଗଡ଼ ,୦୩/୦୮ ଏଜେନସି : ଛତିଶଗଡ଼ର ରାଜନନ୍ଦ ଗାଓଁରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଗନାଡି ପୋଲିସ ଷ୍ଟେଶନ ଅଧିନରେ ଥିବା ସିତାଗୋଟା ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆର୍‌ଜି)ଙ୍କ ଦ୍ୱାରା କରାଯାଇଥିବା ଏନ୍‌କାଉଣ୍ଟରରେ ଉକ୍ତ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଛତିଶଗଡ଼ର ଡିଜି। ମୃତ ମାଓବାଦୀଙ୍କ ନିକଟରୁ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଥିବା ବେଳେ ଏନ୍‌କାଉଣ୍ଟର ଜାରି ରହିଛି ।

Advertisement