ହରିୟାଣାର ହିସାରରୁ ୩ ପାକିସ୍ତାନୀ ଗୁପ୍ତଚର ଗିରଫ

220
ADVERTISEMENT

ହରିୟାଣା ,୦୩/୦୮ ଏଜେନସି : ହରିୟାଣାର ହିସାରରୁ ତିନି ଜଣ ପାକିସ୍ତାନୀ ଗୁପ୍ତଚର ଗିରଫ ହୋଇଛନ୍ତି। ସେମାନେ ସେନାବାହିନୀ ସଂକ୍ରାନ୍ତ ଗୁପ୍ତ ଓ ସ୍ପର୍ଶକାତର ସୂଚନା ସେମାନଙ୍କ ସହଯୋଗୀ ମାନଙ୍କ ସହ ସେୟାର କରୁଥିବା କଥା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ୩୪ ବର୍ଷିୟ ରାଗିବ, ୨୮ ବର୍ଷିୟ ମେହତାବ୍‌ ଏବଂ ଖଲିଦ। ତିନି ଜଣଯାକ ଗୋଟାଏ ନିର୍ମାଣଧୀନ କେଣ୍ଟ୍‌ ମେସ୍‌ କୋଠାରେ ରହୁଥିଲେ । ଅଭିଯୁକ୍ତମାନଙ୍କ ଠାରୁ କେତେକ ଫଟୋଚିତ୍ର ଏବଂ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ତାଙ୍କ ମୋବାଇଲ୍‌ ଫୋନ୍‌ରୁ ଉଦ୍ଧାର କରାଯାଇଥିବା ହ୍ଵାଟ୍‌ସ୍‌ଆପ୍‌ କଲ୍‌ ଏବଂ ଭିଡିଓ କଲ୍‌ର ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ତିନି ଗିରଫ ବ୍ୟକ୍ତି ସେମାନଙ୍କ ସହଯୋଗୀଙ୍କ ସହ ଯୋଗାସୂତ୍ର ରଖିଥିଲେ । ଅଭିଯୁକ୍ତମାନଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି ।

Advertisement