ନୂଆଦିଲ୍ଲୀ,୦୩/୦୮ ଏଜେନସି : ଗୋଟାଏ ସିଙ୍ଗଲ୍ ପ୍ରୋପେଲର୍ କେଆର୍-ଟୁ ବିମାନର ଇନ୍ଧନ ବ୍ୟବସ୍ଥା ଅକାମି ହୋଇଯିବାରୁ ଯୁକ୍ତରାଷ୍ଟ୍ର ଆମେରିକାର ଓ୍ଵାସିଂଟନ୍ ଅନ୍ତର୍ଗତ ଯାନବାହନ ଚଳାଚଳ କରୁଥିବା ସଡ଼କରେ ପିୟର୍ସ କାଉଣ୍ଟିର ତା’ର ନିରାପଦ ତଥା ନାଟକୀୟ ଅବତରଣ ଦୃଶ୍ୟର ଭିଡିଓ ସମ୍ପ୍ରତି ଭାଇରାଲ୍ ହୋଇଛି । ଅଗଷ୍ଟ ୧ ତାରିଖ ସକାଳ ୮ଟା ୧୫ ମିନିଟ୍ରେ କ୍ଲିଣ୍ଟ୍ ଥମ୍ପ୍ସନ୍ ନାମକ ଜଣେ କାର୍ ଆରୋହୀ ମହିଳା ପୁଲିସ କର୍ମଚାରୀ ପୂର୍ବ ପିୟର୍ସ କାଉଣ୍ଟିରେ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ବିମାନଟି ସେଠାରେ ଜରୁରୀ ଅବତରଣ କରିଥିଲା । ୨୧ ବର୍ଷର ପାଟ୍ରୋଲିଙ୍ଗ୍ ଅଭିଜ୍ଞାତା ମଧ୍ୟରେ ତାଙ୍କ ପାଇଁ ଏ ଘଟଣା ପ୍ରଥମ ଥିଲା । ସେ କ୍ଷୁଦ୍ର ବିମାନଟିକୁ ବେଟିଷ୍ଟ୍ ଠେଲି ଠେଲି ରାସ୍ତାରୁ ହଟାଇ ଯାନବାହନ ଚଳାଚଳ ପାଇଁ ସହାୟକ ହୋଇଥିଲେ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସେ ଜଣାଇଛନ୍ତି । ଏହି ଭିଡିଓଟି ତାଙ୍କ ଡ୍ୟାସ୍କ୍ୟାମ୍ରେ ରେକର୍ଡ ହୋଇଥିଲା। ଏଥିରେ ଦେଖାଯାଉଛି- ପାଇଲଟ୍ ଜଣକ ବିମାନରୁ ଡେଇଁ ପଡ଼ି ତାହାକୁ ରାସ୍ତାରୁ ହଟାଇବାକୁ ଥମ୍ପ୍ସନ୍ଙ୍କୁ ସହାୟତା କରୁଛନ୍ତି ।