କଶ୍ମୀରରେ କାର୍ଯ୍ୟରତ ଥିବା ସିଆର୍‌ପିଏଫ୍‌ କର୍ମଚାରୀଙ୍କ ପାଇଁ ଛୁଟି ନାହିଁ; ଛୁଟିରେ ଥିବା କର୍ମଚାରୀଙ୍କୁ ଡାକରା ଆସି ପାରେ

470
ADVERTISEMENT

ନୂଆଦିଲ୍ଲୀ,୦୩/୦୮ ଏଜେନସି : ସମଗ୍ର ଉପତ୍ୟକାରେ ନିରାପତ୍ତାଜନିତ ଭୟ ଦେଖା ଦେଇଥିବାରୁ କଶ୍ମୀରରେ ନିଯୁକ୍ତ ସିଆର୍‌ପିଏଫ୍‌ କର୍ମଚାରୀମାନଙ୍କୁ ଆଉ ନୂଆ ଛୁଟି ମିଳିବ ନାହିଁ ବୋଲି ବିଶେଷସୂତ୍ରରୁ ପ୍ରକାଶ । ଏହାଛଡ଼ା ଯେଉଁମାନେ ଛୁଟିରେ ଅଛନ୍ତି, ଦରକାର ପଡ଼ିଲେ ସେମାନଙ୍କୁ ଡକା ଯାଇ ପାରେ । ନିରାପତ୍ତାଜନିତ ଭୟ ଓ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ କଥା କହି ସରକାର ଶୁକ୍ରବାର ଦିନ ଅମରନାଥ ଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କୁ କଶ୍ମୀରରେ ଅଧିକ ସମୟ ନ ରହିବାକୁ ପରାମର୍ଶ ଦେଇଛନ୍ତି । ଜମ୍ମୁ ଓ କଶ୍ମୀର ପ୍ରଶାସନ କହିବା ଅନୁସାରେ, ଉପତ୍ୟକାରେ ସୈନ୍ୟ ମୁତୟନ କରାଯିବାର ଏହାହିଁ ମୁଖ୍ୟ କାରଣ । ଏଥିପାଇଁ ସିଆର୍‌ପିଏଫ୍‌ କଶ୍ମୀରରେ ନିଯୁକ୍ତ ତା’ର କର୍ମଚାରୀଙ୍କ ଛୁଟିରେ କଟକଣା ଲାଗୁ କରିଛି । ଅମରନାଥ ଯାତ୍ରୀମାନଙ୍କର ସୁରକ୍ଷା ଛଡ଼ା ଅଗଷ୍ଟ ୧୫ ତାରିଖରେ ପଡୁଥିବା ସ୍ୱାଧୀନତା ଦିବସ ପାଇଁ ମଧ୍ୟ କଶ୍ମୀରରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇଛି । ସମଗ୍ର କଶ୍ମୀରରେ ଆତଙ୍କର ବାତାବରଣ ସୃଷ୍ଟି ହୋଇ ଥିବା ବେଳେ ଗୁଜବରେ ବିଶ୍ୱାସ ନ କରିବାକୁ ରାଜ୍ୟପାଳ ସତ୍ୟପାଲ ମଲିକ୍‌ ପରାମର୍ଶ।

Advertisement