୫୫ ବର୍ଷ ପରେ ଭାରତ-ବାଙ୍ଗାଲାଦେଶ ମଧ୍ୟରେ ଚାଲିବ ଟ୍ରେନ

158
ADVERTISEMENT

ନୂଆଦିଲ୍ଲୀ,୧୧/୧୨(ଡ଼ି.ଏଚ/ବ୍ୟୁରୋ) : ଦୀର୍ଘ ଅପେକ୍ଷାର ହେବ ଅନ୍ତ । କାରଣ ୫୫ ବର୍ଷ ପରେ ପୁଣି ଥରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ରେଳ ସେବା । ମିଳିଥିବା ସୂଚନା ଅନୁସାରେ, ୧୭ ଡିସେମ୍ବର ପଶ୍ଚିମ ବଙ୍ଗର ସୀମା ଓ ପଡୋଶୀ ବାଙ୍ଗାଲାଦେଶ ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ମୋଦି । ତେବେ ଏନେଇ ସୂଚନା ଦେଇଛନ୍ତି ଉତ୍ତର-ପୂର୍ବ ରେଳ ଅଧିକାରୀ । 1965 ମସିହାରେ ଭାରତ ଏବଂ ତା’ପରେ ପୂର୍ବ ପାକିସ୍ଥାନ ମଧ୍ୟରେ ରେଳ ସଂଯୋଗ ଭାଙ୍ଗିବା ପରେ କୋଚ ବେହେରାର ହାଲଡିବାରୀ ଠାରୁ ଉତ୍ତର ବାଂଲାଦେଶର ଚିଲହାଟି ପର୍ଯ୍ୟନ୍ତ ରେଳ ଲାଇନ ଖରାପ ହୋଇଯାଇଥିଲା। ଏନଏଚଆର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି ଯେ, ଡିସେମ୍ବର 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ହାଲଡିବାରୀ-ଚିଲହାଟୀ ରେଳ ମାର୍ଗକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ, ଚିରହାଟୀରୁ ହାଲଡିବାରୀ ପର୍ଯ୍ୟନ୍ତ ପ୍ରଥମେ ଏକ ମାଲବାହୀ ଟ୍ରେନ୍ ଚଳାଚଳ କରିବ। କଭିହାର ଡିଭିଜନାଲ ରେଲୱେ ମ୍ୟାନେଜର ରବିନ୍ଦ୍ର କୁମାର ଭର୍ମା କହିଛନ୍ତି ଯେ ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ରେଳ ମାର୍ଗ ଖୋଲିବା ନିଷ୍ପତ୍ତି ସମ୍ପର୍କରେ ଅଧିକାରୀମାନଙ୍କୁ ସୂଚନା ଦେଇଛି।

Advertisement