ନୂଆଦିଲ୍ଲୀ,୧o/୧୨(ଡ଼ି.ଏଚ/ବ୍ୟୁରୋ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ନୂଆ ସଂସଦ ଭବନ ନିର୍ମାଣ ଲାଗି ଶିଳାନ୍ୟାସ କରିଛନ୍ତି। ‘ସେଣ୍ଟ୍ରାଲ୍ ଭିସ୍ତା’ ଯୋଜନାର ଅଂଶ ଭାବେ ନୂଆ ସଂସଦ ଭବନର ସାଙ୍କେତିକ ଶୁଭାରମ୍ଭ ଉତ୍ସବରେ କର୍ଣ୍ଣାଟକର ଶ୍ରୀଙ୍ଗେରି ମଠରୁ ଆସିଥିବା ଛଅଜଣ ପୁରୋହିତଙ୍କ ସଂସ୍କୃତ ମନ୍ତ୍ରପାଠ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପସଜ୍ଜିତ ପରିସରରେ ଆୟୋଜିତ ହୋମରେ ନୈବେଦ୍ୟ ଅର୍ପଣ କରିଥିଲେ। କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଦେଶୀ ରାଷ୍ଟ୍ରଦୂତ ଏବଂ ଧାର୍ମିକ ନେତାମାନଙ୍କ ସମେତ ପ୍ରାୟ ୨୦୦ ଗଣ୍ୟମାନ୍ୟ ଅତିଥି ଏହି ଉତ୍ସବରେ ଯୋଗ ଦେଇଥିଲେ। ନୂତନ ସଂସଦ ଭବନର ଠିକା ନେଇଥିବା ‘ଟାଟା ପ୍ରୋଜେକ୍ଟ୍’ର ରତନ ଟାଟା ମଧ୍ୟ ଏଥିରେ ଯୋଗ ଦେଇଥିଲେ ।



















