ଦେଶର ସବୁ ଥାନାରେ CCTV ଲଗାଇବା ବାଧ୍ୟତାମୂଳକ

137
ADVERTISEMENT

ନୂଆଦିଲ୍ଲୀ,୦୩/୧୨(ଡ଼ି.ଏଚ/ବ୍ୟୁରୋ):ଏଣିକି ଦେଶର ସବୁ ଥାନାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଏଥିସହ ଅନ୍ୟ ତଦନ୍ତକାରୀ ସଂସ୍ଥା ଯଥା- ସିବିଆଇ, ଏନ୍‌ସିବି, ଏନ୍‌ଆଇଏ, DRI ଓ ଇଡି ଅଫିସରେ ମଧ୍ୟ ସିସିଟିଭି ଲଗାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିସିଟିଭି କ୍ୟାମେରା ସହ ଅଡିଓ ରେକର୍ଡିଂ ସିଷ୍ଟମ ଲଗାଯିବା ସହ ସିସିଟିଭିଟିରେ ନାଇଟ ଭିଜନ ସୁବିଧା ମଧ୍ୟ ରହିବ। ତଦନ୍ତକାରୀ ସଂସ୍ଥା ଗୁଡିକ ଅଫିସରେ ପଚରାଉଚରା କରୁଥିବାରୁ ସେଠାରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୋଲିସ୍‌ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗାଇବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସିସିଟିଭି କ୍ୟାମେରା ଗୁଡ଼ିକ ପ୍ରବେଶ ଓ ପ୍ରସ୍ଥାନ ପଥ, ମୁଖ୍ୟ ଗେଟ୍‌, ଲକ୍ ଅପ୍, କରିଡର୍‌, ଲକ୍‌ ଅପ୍‌ ରୁମ୍‌ ବାହାରେ, lobby ଓ reception ଇତ୍ୟାଦି ସ୍ଥାନରେ ଲଗାଇବାକୁ ନିର୍ଦ୍ଦେଶ ରହିଛି।

Advertisement