ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ

138
ADVERTISEMENT

ଭୁବନେଶ୍ୱର,୦୩/୧୨(ଡ଼ି.ଏଚ/ବ୍ୟୁରୋ): ଆଜି ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ। ଦିବ୍ୟାଙ୍ଗମାନଙ୍କୁ ସଶକ୍ତିକରଣ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନିମନ୍ତେ ସଚେତନତା ଉ‌ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। ବହୁ ସମୟରେ ଦିବ୍ୟାଙ୍ଗମାନଙ୍କୁ ସବୁ କାର୍ଯ୍ୟ ପାଇଁ ଅକ୍ଷମ ବୋଲି ଆଲୋଚନା ହୁଏ। ତେଣୁ ସେମାନଙ୍କୁ ବହୁ ସ୍ଥାନରେ ଅବହେଳା ଓ ହୀନ ଚକ୍ଷୁରେ ଦେଖାଯାଏ। କିନ୍ତୁ ଏବେ ସମୟ ସହ ତାଳ ଦେଇ ଦିବ୍ୟାଙ୍ଗ ନିଜକୁ ବଦଳାଇବାକୁ ଉଦ୍ୟମ କରୁଛନ୍ତି। ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସଫଳ ହେବାକୁ ପ୍ରୟାସ ଜାରି ରଖିଛନ୍ତି। ସେହିପରି କିଛି ଦିବ୍ୟାଙ୍ଗମାନଙ୍କୁ ନେଇ ଆଜି ଯାଜପୁର ଜିଲ୍ଲା ଜାତୀୟ ସ୍ତରରେ ଗର୍ବିତ ହୋଇଛି। କିନ୍ତୁ ପ୍ରଶାସନିକ ଓ ସରକାରୀ ଅଣଦେଖା ସେମାନଙ୍କ ପ୍ରତିଭାକୁ ବିକଶିତ କରିବାରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

Advertisement