Monday, September 21, 2026
ADVERTISEMENT
Home ମୁଖ୍ୟ ଖବର ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ...

ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

419
ADVERTISEMENT

ଭୁବନେଶ୍ବର୦୨/୦୮ ଏଜେନସି : ଅବଶେଷରେ ଆଜି ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । ସେ କହିଛନ୍ତି ଯେ କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ଉଦେଶ୍ୟ ନଥିଲା । ଗତକାଲି ବିଷ୍ଣୁ ଦେଇଥିବା ନିଜ ବିବୃତିକୁ ନେଇ ଦୁଃଖ ପ୍ରକାଶ କରିବା ପରେ ଆଉ ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁ । ଏହାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ଆଗକୁ ଏସମ୍ପର୍କରେ କୌଣସି ଖବର ପ୍ରସାର ନକରିବାକୁ ରୁଲିଂ । ତେବେ କିଛି ସମୟ ପୂର୍ବେ ଗୃହ ଆରମ୍ଭରୁ ହଟ୍ଟଗୋଳ ହୋଇଥଲା ଆଉ ମୁଲତବୀ ବେଳେ ବିଷ୍ଣୁଙ୍କ ସ୍ୱର ବଦଳିନଥିଲା । ଆଉ ଗତକାଲି ଭଳି ଆଜି ବି ପୂର୍ବଭଳି କଥା ଦୋହରାଇଥିଲେ ବିଷ୍ଣୁ । ଏପରିକି ମୁଁ କ’ଣ ମଣିଷ ମାରିଛି କି ପଶ୍ଚତାପ କରିବି ବୋଲି ଯୁକ୍ତି ବାଢ଼ିଥିଲେ ବିଷ୍ଣୁ ।

Advertisement