ଆସୁଛି ବାତ୍ୟା ‘ନିଭାର’ ତାମିଲନାଡ଼ୁ ଓ ପୁଡୁଚେରିକୁ ୨୬ପର୍ଯ୍ୟନ୍ତ ରେଡ୍ ଆଲର୍ଟ

171
ADVERTISEMENT

ଭୁବନେଶ୍ୱର,୨୪/୧୧,(ଡ଼ି.ଏଚ,ବ୍ୟୁରୋ) : ବାତ୍ୟା ‘ନିଭାର’କୁ ଦୃଷ୍ଟିରେ ରଖି ପୁଡୁଚେରୀରେ ନଭେମ୍ବର ୨୬ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି। ଆଜି ରାତି ୯ଟାରୁ ନଭେମ୍ବର ୨୬ର ସକାଳ ୬ଟା ପର୍ଯ୍ୟନ୍ତ ପୁଡୁଚେରୀରେ ୧୪୪ଧାରା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ ସମସ୍ତ ଦୋକାନ ଏବଂ ପ୍ରତିଷ୍ଠାନ ବନ୍ଦ ରହିବା ସହ କେବଳ କ୍ଷୀର ଦୋକାନ, ପେଟ୍ରୋଲ୍ ପମ୍ପ ଏବଂ ଔଷଧ ଦୋକାନଗୁଡିକ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।୨୫ ତାରିଖ ଅପରାହ୍ନରେ ତାମିଲନାଡ଼ୁ ଓ ପୁଡୁଚେରି ଉପକୂଳ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୧୦ କିମି ମଧ୍ୟରେ ରହିବ। ସ୍ଥଳବିଶେଷରେ ୧୨୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ବାତ୍ୟାକୁ ଆଖି ଆଗରେ ରଖି ଏବେ ତାମିଲନାଡୁର ୧୧ଟି ଜିଲ୍ଲାରେ ବସ ସେବା ବନ୍ଦ କରିଦିଆଯାଇଛି। ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁ ଓ ପୁଡୁଚେରିର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇ ବାତ୍ୟା ପରିସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଏହା ସହ କେନ୍ଦ୍ର ସମସ୍ତ ପ୍ରକାରର ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ତାମିଲନାଡ଼ୁ ଓ ପୁଡୁଚେରିରେ ବାତ୍ୟା ମୁକାବିଲା ପାଇଁ ୩୦ଟି ଏନଡିଆରଏଫ ଟିମ୍ କୁ ନିୟୋଜିତ କରାଯାଇଛି।

Advertisement