Thursday, September 24, 2026
ADVERTISEMENT
Home ଆଞ୍ଚଳିକ ବାଣ ଗୋଦାମ ଉପରେ ଜିଲ୍ଲା ପ୍ରଶାସନର ଚଢାଉ

ବାଣ ଗୋଦାମ ଉପରେ ଜିଲ୍ଲା ପ୍ରଶାସନର ଚଢାଉ

173
ADVERTISEMENT

ପାରଳାଖେମୁଣ୍ଡି,୧୩/୧୧(ପ୍ରଭାତ କୁମାର ପାତ୍ର) : ଖବର ପ୍ରସାରଣ ପରେ ବାଣ ଗୋଦାମ ଉପରେ ପୋଲିସର ଚଢାଉ। ବିପୁଳ ପରିମାଣର ବାଣ ଜବତ କରିବା ସହ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଉଠାଇ ନେଲା। ସୋନାଲିକା ଟ୍ରାକ୍ଟର ସୋରୁମ ଭିତରେ ଭରି ରହିଥଛି ଲକ୍ଷାଧିକ ଟଙ୍କାର ବାଣ। ପୂର୍ବରୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ସତ୍ତ୍ବେ ପଛ ପଟରୁ ଚାଲିଥିଲା କାରବାର। ତେବେ ତହସିଲଦାର ଏବଂ ଆଇଆଇସି ପହଞ୍ଚି ପୁଣିଥରେ ସୋରୁମକୁ ସିଲ୍ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସହରରେ କୌଣସି ବ୍ୟବସାୟୀଙ୍କୁ ବାଣ ବିକ୍ରି ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇନାହିଁ। ଏପରି ସ୍ଥଳେ ବିଭିନ୍ନ ଗୋଦାମରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖାଯିବା ପାଇଁ ସୁଯୋଗ ଦିଆଯିବା ନେଇ ପ୍ରଶ୍ନ ଉଠିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର। ତେବେ ଏତେ ପରିମାଣରେ ବାଣ ଗଚ୍ଛିତ ରହିବା କେତେ ସୁରକ୍ଷିତ। ଏନେଇ ଆଗକୁ ପ୍ରଶାସନ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ରହିଲା।

Advertisement