ବ୍ରହ୍ମପୁର,୨୪/୧୦(ଇ.ରଞ୍ଜନ) : ବ୍ରହ୍ମପୁର ସହରରେ କରୋନା କଟକଣା ଯୋଗୁଁ ଜିଲ୍ଲାପ୍ରଶାସନର ୫ ସୂତ୍ରୀ ନିୟମ ଉଲଂଘନ କରିଥିବା ସହରର ଦୁଇଟି ପୁରାତନ ସଫିଙ୍ଗ ମଲ୍ କୁ ପ୍ରଶାସନ ବାରମ୍ବାର ତାଗିଦ କରିବା ସହ ଜରିମାନା ଆଦାୟ କରିବା ସ୍ୱତେ ବି ମଲ୍ ଗୁଡିକ ଟଙ୍କା ଦେଇ ସାମାଜିକ ଦୂରତା ସହ ଗ୍ରାହକମାନଙ୍କୁ ବିନା ମାସ୍କରେ ବ୍ୟବସାୟ ଅର୍ଥାତ କରୋନା ସହ ବନ୍ଧୁତା ସ୍ଥାପନ ନିମନ୍ତେ ପ୍ରବେଶ ଦ୍ୱାରକୁ ଖଲି କୌଣସି କଟକଣା ନରଖି ଅନୁମତି ଦେଇଥିବା ଯୋଗୁଁ ସହରର ମଧ୍ୟଭାଗ ରେ ଥିବା ଵିଶାଲ ମେଗା ମାର୍ଟ,ଭି-୨,ସମେତ ୨୨ଟି ଛୋଟବଡ଼ ଦୋକାନୀ ସିଲ l ପାର୍ବଣ ଋତୁ ଦଶହରା ନଜର ଲୋକ ମାନେ ବିଭିନ୍ନ ଆବଶ୍ୟକ ସାମଗ୍ରୀ କିଣିବା ନିମନ୍ତେ ଆସିଥିବା ବେଳେ ସହରର ବିଭିନ୍ନ ସପିଙ୍ଗ ମଲ୍ ଗୁଡିକରେ ଜନଗହଳି ଅତ୍ୟଧିକ ରହିଥିବା ଯୋଗୁଁ ବ୍ରହ୍ମପୁର ଉପଜିଲ୍ଲାପାଳ ତଦନ୍ତ କରିବା ସାଙ୍ଗକୁ ୫0ହଜାରରୁ ଉର୍ଦ୍ଧ ଟଙ୍କା ଜରିମାନା ଆଦାୟକୁ ସ୍ଥିର କରିଥିଲେ କିନ୍ତୁ ପୁରୁଣା ବସଷ୍ଟାଣ୍ଡ ରୋଡ ଥିବା ଵିଶାଲ ମାର୍ଟ ଏବଂ ଭି୨ କମ୍ପ୍ଲେକ୍ସ କର୍ତ୍ତୃପକ୍ଷ କଭିଡ଼ ନିୟମ ଉଲଂଘନ କରି ଜନସମାଗମ ଦେଖି ଉପଜିଲ୍ଲାପାଳ କିର୍ତ୍ତୀଭାଶନ ଅସନ୍ତୋଷ ଜାହିର କରି ତହସିଲଦାର ସୀପକ୍ ପାତ୍ରଙ୍କୁ ଜରିମାନା ଆଦାୟ କରିବା ପାଇଁ ପରାମର୍ଶ ଦେଇଥିଲେ ଜରିମାନା ନଦେବାରୁ ଉକ୍ତ ସଫିଙ୍ଗ ମଲ୍ କୁ ଶୁକ୍ରବାର ରାତ୍ର ୮ ଘଣ୍ଟା ସମୟରେ ସିଲ କରିଥିଲେ ଏବଂ ଅନ୍ୟ ଲୋହିଆ ବ୍ରଦର ଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି l




















