ଦିଲ୍ଲୀ ,୧/୮/୨୦୧୯ ଏଜେନସି :ଏହି ମନ୍ଦିରକୁ ୟୁରୋପ ଏବଂ ଇଜିପ୍ଟର ପ୍ରତ୍ନତାତ୍ତ୍ୱିକ ବିଭାଗ ଖୋଜିଛନ୍ତି । ମନ୍ଦିରରେ ବହୁତଗୁଡ଼ିଏ ଭଗ୍ନ ଅବସ୍ଥାରେ ଥିବା ଖମ୍ଭ ମଧ୍ୟ ମିଳିଛି; ଯାହାକୁ ସେହି ମୁଖ୍ୟ ମନ୍ଦିରର ଗୋଟିଏ ଅଂଶ ବୋଲି ଧରାଯାଇଛି । ମନ୍ଦିରର ଖୋଜ ଗୋଟିଏ ବିଶେଷ ଯନ୍ତ୍ର ବା ସ୍କେନିଂ ଡିଭାଇସ ସାହାଯ୍ୟରେ କରାଯାଇଛି । ଆପଣ ସମସ୍ତେ ସମୁଦ୍ର ଗର୍ଭରେ ଥିବା ଅଲଟଲାନଟିସ ସହରର କାହାଣୀ ନିଶ୍ଚିତ ଭାବରେ ଶୁଣିଥିବେ । କୁହାଯାଉଛି ଯେ, ଏହା ସେହି ସହରର ଏକ ଅଂଶ ବିଶେଷ ଅଟେ । ମନ୍ଦିରରେ କେତେଗୁଡ଼ିଏ ଅବଶେଷ ମଧ୍ୟ ମିଳିଛି; ଯାହାକୁ ଦେଖି ଆଶଙ୍କା କରାଯାଉଛି ଯେ, ଏହା ଏକ ଗ୍ରୀକ ମନ୍ଦିର ଅଟେ । ଧନ ସମ୍ପତ୍ତି ବ୍ୟତୀତ ଏଠାରେ କିଛି ପ୍ରାଚୀନ ମୂର୍ତ୍ତି ଏବଂ ମାଟିର ପାତ୍ର ମଧ୍ୟ ମିଳିଛି । ଏହି ସମସ୍ତ ଜିନିଷକୁ ତୃତୀୟ କିମ୍ବା ଚତୁର୍ଥ ଶତାବ୍ଦୀର ବୋଲି କୁହାଯାଉଛି । ଏତେ ପ୍ରାଚୀନ ହୋଇଥିବାରୁ ଏହି ମନ୍ଦିରଟି ନଷ୍ଟ ହୋଇ ସବୁ ଆଡେ ଖେଳେଇ ହୋଇଯାଇଛି । ଏହି ମନ୍ଦିରରୁ ମିଳିଥିବା ତମ୍ବାର ମୁଦ୍ରାକୁ ରାଜା କ୍ଲାଡିୟସ ଟମଲିଙ୍କ ଶାସନ କାଳର ବୋଲି କୁହାଯାଉଛି । ପ୍ରତ୍ନତାତ୍ତ୍ୱିକ ମାନଙ୍କ କହିବା ଅନୁସାରେ, ହେରାକ୍ଲିଓନ ଏକ ମନ୍ଦିରର ସହର ଥିଲା । ଯଦିଓ ଏହା ସୁନାମି ଆସିବା ଦ୍ୱାରା ଏହାର ସମସ୍ତ ସ୍ଥାନ ନଷ୍ଟ ହୋଇଗଲା । ସେହି ସମୟରେ ଏହି ସହର ଇଜିପ୍ଟର ବ୍ୟବସାୟର ମୁଖ୍ୟ କ୍ଷେତ୍ର ଥିଲା । ଏଠାରେ ଗୋଟିଏ ଡ଼ଙ୍ଗା ମଧ୍ୟ ମିଳିଛି; ଯେଉଁଥିରେ କି ମୁଦ୍ରା ଏବଂ ଧନ ସମ୍ପତ୍ତି ଗହଣା ଇତ୍ୟାଦି ରହିଛି । ସାଥିରେ ଏହା ନିକଟରେ ମନୁଷ୍ୟ ମାନଙ୍କ ଅବଶେଷ ମଧ୍ୟ ମିଳିଛି । ପ୍ରତ୍ନତାତ୍ତ୍ୱିକବି ଡ଼. ଫ୍ରେଙ୍କ ଗୋଡ଼ିୟୋ କହିଛନ୍ତି ଯେ, ଆଜିକୁ ପ୍ରାୟ ୧୨ ବର୍ଷ ପୂର୍ବରୁ ଏହି କ୍ଷେତ୍ରରୁ ଫ୍ରେଞ୍ଚର ଯୁଦ୍ଧ ପୋତ ମଧ୍ୟ ମିଳିଥିଲା । ଯଦିଓ ଏହା ୧୮ତମ ଶତାବ୍ଦୀର ଅଟେ । ଏହି ମନ୍ଦିରକୁ ଖୋଜିବା ଏତେ ସହଜ ନ ଥିଲା । ଏହାର ତଦନ୍ତ କରିବା ପାଇଁ ପ୍ରତ୍ନତାତ୍ତ୍ୱିକ ବିଭାଗ ଅଧିକାରୀ ମାନଙ୍କୁ ୪ ବର୍ଷର ସମୟ ଲାଗିଥିଲା । ମନ୍ଦିରରୁ ମିଳିଥିବା ଏହି ଧନ ସମ୍ପତ୍ତି ବିଷୟରେ ଆଲୋଚନା କରିବା ତା’ହେଲେ ଏଥିରେ ପ୍ରାଚୀନ ସମୟର ମୁଦ୍ରା, ପାତ୍ର, ଗହଣାରେ ପୂର୍ଣ୍ଣ ବାସନକୁସନ ଏବଂ ଗୋଟିଏ ଶାମୁକା ମଧ୍ୟ ମିଳିଛି । ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ବିଭାଗ ଏହି ସମସ୍ତ ଜିନିଷ ବିଶ୍ଳେଷଣ କରିବାରେ ଲାଗିଛନ୍ତି । କାରଣ ଏହି ମନ୍ଦିର ସହିତ ଜଡ଼ିତ ସମସ୍ତ ରହସ୍ୟ ବିଷୟରେ ଜଣା ପଡ଼ିବ ।