କୋଦଳା ,୨୫/୯(ସୂର୍ଯ୍ୟନାରାୟଣ ବଡୁ): ଗୁରୁବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି ଙ୍କ ନେତ୍ରୁତ୍ଵ ରେ କୋଭିଡ ସପ୍ତାହ ଅବସରରେ ମହାମାରୀ କିଲର କରୋନାକୁ କୋଦଳା ଅଞ୍ଚଳରୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ନିଷ୍ପତି ନେଇଥିଲେ । ଏନଏସି କର୍ମକର୍ତ୍ତା ସମେତ କୋଭିଡ ମନିଟର , ମହିଳା ସ୍ୱୟଂ ସହାୟକ ଗୋଷ୍ଠି ମାଁ ସମେତ ବହୁ ସମାଜସେବୀ ଶପଥ ପାଠ କରିବା ସହିତ ସାମାଜିକ ଦୂରତ୍ୱ ସହିତ କୋଭିଡ କଟକଣାକୁ ପାଥେୟ କରି ବିଭି୍ନ୍ନ ସ୍ଲୋଗାନ ଲେଖାଥିବା ଫ୍ଲାକାର୍ଡ ଧରି ଏନଏସି କାର୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରି କରୋନା ହାରିବ କୋଦଳା ବଞ୍ଚିବ , ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ , ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ , ସାବୂନ ରେ ଭଲଭାବେ ହାତ ଧୁଅନ୍ତୁ ଏପରି ବିଭି୍ନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ,ଉଦୟ ନାଥ ସାହୁ , ଗୋଷ୍ଠି ସଂଯୋଜିକା ପାତ୍ର , ଦ୍ଵାରୀକା ନାଥ ପାଢ଼ୀ , ହରିଶଚନ୍ଦ୍ର ରାଉଳ , ସ୍ୱପ୍ନ କୁମାର ସାହୁ , ସନ୍ତୋଷ କୁମାର ପଣ୍ଡା ସମେତ କୋଭିଡ ମନିଟର ମନୋଜ କୁମାର ବିଶୋଇ , ବିଜୁ ଡାକୁଆ , ରାଧାରାଣୀ ଜେନା ,ସବିତା ବେହେରା , ସୁଷୁମା ବେହେରା , ସଂଯୁକ୍ତା ଗୌଡ଼ , ଭାରତୀ ଗୌଡ଼ , ମିନତି ନାହାକ , ସ୍ୱପ୍ନା ନାୟକ ,ବନିତା ଦାଶ ଓ ବହୁ ଏସ ହେଚ ଜି ମାଁ ଉପସ୍ଥିତ ରହିଥିଲେ ।



















