Wednesday, September 16, 2026
ADVERTISEMENT
Home ଜାତୀୟ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ• ଶ୍ରୀ ସୁରେଶ...

କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟର ଶୋକ• ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ ଦୁଇ ମିନିଟ ନୀରବତା

257
ADVERTISEMENT

ନୂଆଦିଲ୍ଲୀ,୨୪-୦୯-୨୦୨୦(ପିଆଇବି): କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କେନ୍ଦ୍ର କ୍ୟାବିନେଟ ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ସ୍ମୃତିରେ କ୍ୟାବିନେଟ ଦୁଇ ମିନିଟ ନୀରବତା ଅବଲମ୍ବନ କରିଥିଲା । କେନ୍ଦ୍ର କ୍ୟାବିନେଟରେ ଆଜି ନିମ୍ନ ପ୍ରସ୍ତାବଗୁଡ଼ିକ ଗୃହୀତ ହୋଇଛି ।
ସେପ୍ଟେମ୍ବର ୨୩, ୨୦୨୦ ନୂଆଦିଲ୍ଲୀ ଠାରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ସି. ଅଙ୍ଗାଡିଙ୍କ ମୃତ୍ୟୁରେ କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛି । ତାଙ୍କ ମୃତ୍ୟୁରେ ଦେଶ ଜଣେ ପ୍ରବୀଣ ନେତା, ଶିକ୍ଷାବିତ, ପ୍ରତିଷ୍ଠିତ ସାଂସଦ ଓ ଦକ୍ଷ ପ୍ରଶାସକଙ୍କୁ ହରାଇଛି ।

ଜୁନ ୧, ୧୯୫୫ରେ କର୍ଣ୍ଣାଟକର ବେଲଗାଭି ଜିଲ୍ଲାର କେକେ କୋପ୍ପା ଗାଁରେ ଜନ୍ମିତ ଶ୍ରୀ ଅଙ୍ଗାଡି ଏସ.ଏସ.ଏସ. ସମିତି କଲେଜ, ବେଲଗାଭିରୁ ସ୍ନାତକ କରିବା ପରେ ରାଜା ଲକ୍ଷ୍ମଣଗୌଡା ଆଇନ କଲେଜ, ବେଲଗାଭିରୁ ଆଇନରେ ଡିଗ୍ରୀ ହାସଲ କରିଥିଲେ ।

ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବେ ସେ ୧୯୯୬ରେ ପାର୍ଟିର ବେଲଗାଭି ଜିଲ୍ଲା ୟୁନିଟର ଉପସଭାପତି ହୋଇଥିଲେ । ୨୦୦୧ରେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ ମନୋନୀତ ହୋଇଥିଲେ ଓ ୨୦୦୪ରେ ବେଲଗାଭି ଲୋକସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ମନୋନୀତ ହେବା ପର୍ୟ୍ୟନ୍ତ ସେ ବେଲଗାଭି ଜିଲ୍ଲା ୟୁନିଟ ସଭାପତି ଭାବେ କାର୍ୟ୍ୟ କରିଥିଲେ । ବିପୁଳ ବ୍ୟବଧାନରେ ଜିତି ସେ ୧୪ତମ ଲୋକସଭା ସଦସ୍ୟ ହୋଇଥିଲେ । ୨୦୦୯, ୨୦୧୪ ଓ ୨୦୧୯ରେ ସେ ବେଲଗାଭିରୁ ଲୋକସଭାକୁ ପୁନଃନିର୍ବାଚିତ ହୋଇଥିଲେ ।

ସେ ଖାଦ୍ୟ, ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ, ମାନବ ସମ୍ବଳ ବିକାଶ ଓ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତଥା ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା କମିଟିର ସଦସ୍ୟ ଭାବେ ଦାୟିତ୍ୱ ତୁଲାଇଛନ୍ତି । ପେନସନ, ସାଂସଦମାନଙ୍କ ଦରମା ଓ ଭତ୍ତା ଯୁଗ୍ମ କମିଟି ସଦସ୍ୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ପରାମର୍ଶଦାତା କମିଟି, ହାଉସ କମିଟି ଓ ପିଟିସନ କମିଟି ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ମେ, ୨୦୧୯ରେ ଶ୍ରୀ ଅଙ୍ଗାଡି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ।

ସେ ବହୁ ସାମାଜିକ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସହିତ ଜଡ଼ତ ଥିଲେ । ଶିଳ୍ପ,କୃଷି, ଗରିବଙ୍କ ପାଇଁ ଶିକ୍ଷା ଆଦି ପ୍ରତି ତାଙ୍କର ବିଶେଷ ଋଚି ରହିଥିଲା । ସେ ୨୦୦୯ରୁ ସୁରେଶ ଅଙ୍ଗାଡି ଏଜୁକେଶନ ଫାଉଣ୍ଡେସନ, ବେଲଗାମର ଅଧ୍ୟକ୍ଷ ଥିଲେ । ପଢ଼ିବାକୁ ଓ ବୁଲିବାକୁ ସେ ଭଲ ପାଉଥିଲେ । ସରକାର ଓ ସାରା ଦେଶ ପକ୍ଷରୁ କେନ୍ଦ୍ର କ୍ୟାବିନେଟ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛି ।

Advertisement