କୁକୁଡାଖଣ୍ଡି,୧୦/୯(ଇ.ରଞ୍ଜନ) : କୁକୁଡାଖଣ୍ଡି ବ୍ଲକରେ ଦିନକୁ ଦିନ ଦୁର୍ନୀତିର ତାଲିକା ବଢ଼ିବାରେ ଲାଗିଚି I ଏନେଇ ଅଭିଯୋଗ ହେବାପରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ୨ଜଣିଆ ଟିମ୍ କୁକୁଡାଖଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମ ପର୍ଯ୍ୟାୟ ଯାଞ୍ଚ କରିଛନ୍ତି । ବିଡିଓଙ୍କ କାର୍ଯ୍ୟାଳୟରେ ପିସି ଅଭିଯୋଗ ବାବଦରେ ବିଡିଓ,ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀଙ୍କୁ ପଚରାଉଚୁରା କରିବା ସହ ଅଭିଯୋଗ ହୋଇଥିବା କାର୍ଯ୍ୟର ନଥିପତ୍ର ଯାଞ୍ଚପାଇଁ ନେଇଛନ୍ତି । ପରେ ଗୁରୁଣ୍ଠି ଗ୍ରାମକୁ ଯାଇ ଦଣ୍ଡପାଟଣା ସାହିରେ ହୋଇଥିବା କାର୍ଯ୍ୟକୁ ଦେଖିବା ସହ ମାପଜୁପ କରିଥିଲେ। ପରେ ଜେଇ ଉକ୍ତ କାର୍ଯ୍ୟ ବୁଝିବାକୁ କହିଥିବା ବ୍ୟକ୍ତିଙ୍କୁ ପଚରାଉଚୁରା କରିଥିଲେ । ବିଭାଗ ଅଧିକାରୀ ସରତ ଚନ୍ଦ୍ର ସାହୁ ,ହରପ୍ରସାଦ ମହାପାତ୍ର ଦୁଇଜଣିଆ ଟିମ୍ ଏହି ତଦନ୍ତ କରିଥିଲେ। ୧oନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏଲ.ମୋହନ ଦାସ ତାଙ୍କ ଅଭିଯୋଗ ମୁତାବକ ସେ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ତିନି ଲକ୍ଷ୍ୟ ଟଙ୍କା ଗୁରୁଣ୍ଠି ଗ୍ରାମ ଦଣ୍ଡ ପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ I କନିଷ୍ଟ ଯନ୍ତ୍ରୀ କୈଳାଶ ପାତ୍ରଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି.ଫକୀର ପାତ୍ରଙ୍କୁ କୁଆଡେ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ I କାର୍ଯ୍ୟ ଶେଷ ହେବାପରେ ବିଲ୍ ହୋଇଥିବା ଅର୍ଥ ରାଶିରୁ ୧୮ହଜାର ଟଙ୍କା ସିକୁରିଟି ଡିପୋଜିଟ ଏବଂ ସିଧାସଳଖ ତିରିଶି ହଜାର ଟଙ୍କା କମିଶନ ଆକାରରେ କନିଷ୍ଟ ଯନ୍ତ୍ରୀ ଶ୍ରୀ ପାତ୍ର ନେଇଥିବା ଅଭିଯୋଗ କରିଥିଲେ ଜିଲ୍ଲା ପରିଷଦ ସଦସ୍ୟ I ଏବଂ କାହିଁକି ଏଇ ପଇସା କାଟୁଚନ୍ତି ବୋଲି ପ୍ରଶ୍ନ କରିବାରୁ ଆପଣ ଜାଣିଚନ୍ତି ଏ ପଇସା କେବଳ ମୋର ନୁହଁ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ଭାଗିଦାର ଅଚନ୍ତି ବୋଲି କୁଆଡେ କହିଚନ୍ତି କନିଷ୍ଟ ଯନ୍ତ୍ରୀ I ଏବଂ ନିଜ ହାତ ଲେଖା କାଗଜରେ ସିଧାସଳଖ ହିସାବ ଲେଖି ବକେୟା ୭୮ହଜାର ଟଙ୍କାର ଚେକ ଫକୀର ପାତ୍ରକୁଂ ଦେଇଥିଲେI ଏ ନେଇ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିବା ସହ ଘଟଣାର ଭିଜିଲାନ୍ସରେ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଥିଲେ । ଏ ବାବଦରେ ବ୍ଲକର କନିଷ୍ଟ ଯନ୍ତ୍ରୀ ମୁ କୌଣସି ପ୍ରକାର ପିସି କାରବାର କରିନାହିଁ ବୋଲି କହିଥିଲେ I



















